ଢେଙ୍କାନାଳ ୧୦।୦୮: ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାରେ ସ୍ଥିତି ବେହାଲ । ବର୍ଷା ଲାଗି ବିଭିନ୍ନ ସ୍ଥାନରେ ରାସ୍ତା ଘାଟରେ ପାଣି ଜମି ଯାତାୟତରେ ନାହିଁନଥିବା ହନ୍ତସନ୍ତ ହେଉଛନ୍ତି ଲୋକେ।ସେପଟେ କାମାକ୍ଷାନଗର ତୁମୁସିଂହା ଅଞ୍ଚଳରେ ସ୍ଥିତି ସଙ୍ଗୀନ ହୋଇପଡିଛି । ଖବର ଅନୁଯାୟୀ, କାମାକ୍ଷାନଗର ବ୍ଲକ ତୁମୁସିଂହା ଠାରେ ଆପ୍ରୋଚ ରୋଡଟି ସମ୍ପଣ୍ଣ ଭାବେ ଧୋଇ ଯାଇଛି। ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ତୁମୁସିଂହା ଜୋର ଉପରେ ବ୍ରିଜ କାମ ଚାଲିଛି। ସେଥିପାଇଁ ଅସ୍ଥାୟୀ ଭାବେ ତିଆରି ଆପ୍ରୋଚ ରୋଡ ଦେଇ ଏହି ଅଞ୍ଚଳର ଅନ୍ୟୁନ ୧୫ରୁ ଅଧିକ ପଞ୍ଚାୟତବାସୀ ସେହି ବାଟ ଦେଇ ଯିବାଆସିବା କରନ୍ତି। କିନ୍ତୁ ମଙ୍ଗଳବାର ରାତିରେ ଲଗାଣ ବର୍ଷାରେ ଅତ୍ୟଧିକ ପାଣି ଲାଗି ଆପ୍ରୋଚ ରୋଡଟି ପୁରା ଧୋଇଯାଇଛି। ଫଳରେ ଏହିବାଟରେ ଯାତାୟତ ସଂପୂର୍ଣ୍ଣ ଠପ ହୋଇଯାଇଛି । ତେଣୁ ତୁରନ୍ତ ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟବାସୀ ଦାବି କରିଛନ୍ତି ।
ଲଗାଣ ବର୍ଷାରେ ସ୍ଥିତି ବେହାଲ : ଧୋଇଗଲା ଆପ୍ରୋଚ ରୋଡ୍, ୧୫ ପଞ୍ଚାୟତବାସୀ ଯାତାୟାତ ଠପ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ