ସମ୍ବଲପୁର ୦୭।୦୪: ବୁର୍ଲାରେ ରୋଗୀ ସମ୍ପର୍କୀୟଙ୍କୁ ହତ୍ଯା | ପାଓ୍ବାର କେନାଲକୁ ଶୌଚ ହେବାକୁ ଯାଇଥିବାବେଳେ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି | ମୃତକ ଜଣକ ହେଲେ ସମ୍ବଲପୁର ମହୁଲପାଲିର ୪୫ ବର୍ଷିୟ ଲମ୍ବୋଦର ନାୟକ | ଖବର ଅନୁଯାୟୀ, ଲମ୍ବୋଦରଙ୍କ ବାପା କପିଳ ନାୟକ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି| ସେଠାରେ ତାଙ୍କ ଚିକିତ୍ସା ଚାଲିଛି । ଲମ୍ବୋଦର ନିକଟରେ ଥିବା ନେତାଜୀ ଛକରୁ ଗୌଡପାଲି ରାସ୍ତାରେ ଥିବା ପାଓ୍ବାର କେନାଲକୁ ଶୌଚ ହେବାକୁ ଯାଇଥିଲା । କିନ୍ତୁ କେନାଲ ତାଙ୍କ ମୃତଦେହ ଠାବ ହୋଇଛି । ନଦୀ କୂଳରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଗୁରୁବାର ଦିନ ଭୋର ସମୟରେ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା