ନୀଳଗିରି ୧୭।୧୦ : ରେଳଷ୍ଟେସନ ନିର୍ମାଣରେ ଚାଲିଥିଲା ବେଆଇନ୍ କାମ୍ । ଶନିବାର ଦିନ ଘଟଣା ସଂପର୍କରେ ଖବର ପାଇବା ପରେ ଆକ୍ସନ ନେଇଛି ରାଜସ୍ୱ ବିଭାଗ । ଚୋରା ଚାଲାଣ କରୁଥିବା ଗାଡିକୁ ଜବତ କରିବା ସହ ୮୦ ହଜାର ଟଙ୍କାର ଫାଇନ୍ ମଧ୍ୟ ଆଦାୟ ହୋଇଛି । ତେବେ ଗୋଟିଏ ଘଟଣା ଥମିବାକୁ ଥିବା ବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନୀଳଗିରି ଥାନା ଗୋପୀନାଥପୁର ଅଞ୍ଚଳରେ ନୂତନ ରେଳ ଷ୍ଟେସନ ନିର୍ମାଣ ଚାଲିଛି । ଏଠାରୁ ବେଆଇନ୍ ଭାବେ ମୋରମ୍ ଚାଲାଣ ଚାଲିଥିଲା । ଯାହାକୁ ନେଇ ଆକ୍ସନ ମଧ୍ୟ ନେଇଛି ରାଜସ୍ୱ ବିଭାଗ । ଆଉ ଏବେ ଯେଉଁ ସବୁ ଗାଡି ନିର୍ମାଣ କାର୍ଯ୍ୟ ଲାଗିଥିଲା । ସେହି ସବୁ ଗାଡିରେ ଇନ୍ସୁରାନ୍ସ, ପରମିଟ୍ ଓ ପଲ୍ୟୁସନର କାଗଜପତ୍ର ନାହିଁ । ତେବେ ଯଦି ଅଘଟଣ ଘଟେ । ତେବେ ଏଥିପାଇଁ କିଏ ଦାୟୀ ହେବ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା