ମୁମ୍ଵାଇ ୦୫।୧୦: ସାଉଥ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ ‘ଗଡଫାଦର’ ପ୍ରେକ୍ଷାଳୟକୁ ଆସିଛି। ପ୍ରଶଂସକମାନେ ଦୀର୍ଘ ସମୟ ଧରି ବଡ ପରଦାରେ ଅଭିନେତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ । ଶେଷରେ, ଅକ୍ଟୋବର ୫ରେ ଦଶହରା ଅବସରରେ ଲୋକଙ୍କ ଅପେକ୍ଷା ସମାପ୍ତ ହେଲା । ପ୍ରଥମ ଦିନରେ ପ୍ରଥମ ଶୋ ଦେଖିବା ପାଇଁ ଲୋକମାନେ ପ୍ରେକ୍ଷାଳୟରେ ପହଞ୍ଚିଛନ୍ତି । ଏହି ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି ଯେ ସୋସିଆଲ ମିଡିଆ ଜରିଆରେ ଉପଭୋକ୍ତାମାନେ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ ଏବଂ ସୁପରଷ୍ଟାର ସଲମାନ ଖାନଙ୍କ କେମିଓ ରୋଲ୍କୁ ପସନ୍ଦ କରୁଛନ୍ତି। ତେଲୁଗୁ ତଥା ହିନ୍ଦୀ ଦର୍ଶକଙ୍କ ପାଇଁ ଫିଲ୍ମରେ ଆକର୍ଷଣର କେନ୍ଦ୍ର ସଲମାନ ଖାନ ଏବଂ ଚିରଞ୍ଜୀବୀଙ୍କ ଯୋଡି ହୋଇଛି। ଏହି ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି ଯେ ସୋସିଆଲ ମିଡିଆ ଜରିଆରେ ଉପଭୋକ୍ତାମାନେ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ ଏବଂ ସୁପରଷ୍ଟାର ସଲମାନ ଖାନଙ୍କ କେମିଓ ରୋଲ୍କୁ ପସନ୍ଦ କରୁଛନ୍ତି। ତେଲୁଗୁ ତଥା ହିନ୍ଦୀ ଦର୍ଶକଙ୍କ ପାଇଁ ଫିଲ୍ମରେ ଆକର୍ଷଣର କେନ୍ଦ୍ର ସଲମାନ ଖାନ ଏବଂ ଚିରଞ୍ଜୀବୀଙ୍କ ଯୋଡି ହୋଇଛି।
ରିଲିଜ୍ ହେଲା ସଲ୍ଲୁ-ଚିରଞ୍ଜୀବୀଙ୍କ ଫିଲ୍ମ ‘ଗଡଫାଦର’

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜିଠାରୁ ଦୁଗ୍ଧ ଦର ଲିଟର୍ପିଛା ୩ ଟଙ୍କା ବୃଦ୍ଧି କଲା ‘ଅମୂଲ’