ନୂଆଦିଲ୍ଲୀ ୧୬।୪: ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କୁ ପାଇଁ ଖୁସି ଖବର । କେବେ କେବେ ପରିସ୍ଥିତି ଏମିତି ହୋଇଥାଏ ଆପଣଙ୍କୁ ହଠାତ ଟ୍ରେନ୍ ଯାତ୍ରା କରିବାକୁ ପଡିଥାଏ । ତେବେ ଏମିତି ପରିସ୍ଥିତିରେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଆପଣ ବିନା ରିଜରଭେସନରେ ଯାତ୍ରା କରିପାରିବେ । ପୂର୍ବରୁ ଏଭଳି ପରିସ୍ଥିତି ପାଇଁ କେବଳ ତତ୍କାଳ ଟିକେଟ୍ କରିବାକୁ ପଡୁଥିଲା । ଯାହା ଏତେ ସହଜରେ ମିଳିନଥାଏ । ଏବେ କିନ୍ତୁ ରେଳବାଇ ପକ୍ଷରୁ ଏହି ନିୟମ ପରିବର୍ତ୍ତନ କରାଯାଇଛି । ଯେଉଁ ନିୟମ ଆଧାରରେ ବିନା ରିଜରଭେସନରେ ଆପଣ ଯାତ୍ରା କରିପାରିବେ । ଯଦି ଆପଣଙ୍କ ନିକଟରେ ଟ୍ରେନ୍ର ରିଜରଭେସନ ଟିକେଟ୍ ନାହିଁ ଏବଂ ଆପଣଙ୍କୁ ଟ୍ରେନ୍ରେ ଯାତ୍ରା କରିବାର ଅଛି ତେବେ ଆପଣ କେବଳ ପ୍ଲାଟଫର୍ମ ଟିକେଟ୍ ନେଇ ଟ୍ରେନ୍ରେ ଯାତ୍ରା କରିପାରିବେ । ଏହା ବ୍ୟତୀତ ଆପଣ ଟିଟିଇଙ୍କ ନିକଟକୁ ଯାଇ ଟିକେଟ୍ କରିପାରିବେ । ତେବେ ଏଥିପାଇଁ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ୍ ନେଇ ତୁରନ୍ତ ଟିଟିଇଙ୍କୁ ସାକ୍ଷାତ କରିବାକୁ ପଡିବ । ପରେ ଟିଟିଇ ଆପଣଙ୍କୁ ଆପଣଙ୍କ ଗନ୍ତବ୍ୟସ୍ଥଳ ଯାଏଁ ଟିକେଟ୍ ଦେବେ । ଅନେକ ଥର ଏମିତି ବି ହୁଏ ଟ୍ରେନ୍ରେ ସିଟ୍ ଖାଲି ନଥାଏ । ଟିଟିଇ ଆପଣଙ୍କୁ ରିଜର୍ଭ ସିଟ୍ ଦେବାକୁ ମନା ତ କରିଥାଏ ମାତ୍ର ଯାତ୍ରା କରିବାକୁ ବାରଣ କରିପାରିବେ ନାହିଁ । ଯଦି ଆପଣଙ୍କ ନିକଟରେ ଟ୍ରେନ୍ ରିଜରଭେସନ ଟିକେଟ୍ ନାହିଁ ତେବେ ଆପଣଙ୍କ ୨୫୦ ଟଙ୍କା ଫାଇନ୍ ଦେଇ ଯାତ୍ରାର ମୋଟ୍ ମୂଲ୍ୟ ଦେଇ ଟିକେଟ୍ କରିପାରିବେ ।
ରିଜରଭେସନ୍ ଟିକେଟ୍ ନଥିଲେ ବି କରିପାରିବେ ରେଳ ଯାତ୍ରା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ