Headlines Odisha Tv

An Odia News Portal

ରାୟପୁର ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ, ମୃତକ ସମ୍ବଲପୁରର ଗୋପାଳକୃଷ୍ଣ ପଣ୍ଡା

ସମ୍ବଲପୁର: ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଯେଉଁ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ଭିତରୁ ଜଣେ ଓଡ଼ିଆ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ପାଇଲଟ ସମ୍ବଲପୁରର ବୋଲି ଜଣାପଡ଼ିଛି। ମୃତ ପାଇଲଟ ସମ୍ବଲପୁର ଜିଲ୍ଲା ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା ବୋଲି ସୂଚନା ମିଳିଛି। କ୍ୟାପଟେନ ପଣ୍ଡାଙ୍କ ଭିଲାଇ ସହିତ ସଂଯୋଗ ଥିଲା। ତାଙ୍କ ସମ୍ପର୍କୀୟ ସାନ ଭଉଣୀ ଭିଲାଇରେ ରହନ୍ତି ବୋଲି ଭିଲାଇର ବରିଷ୍ଠ ସାମ୍ବାଦିକ ତଥା ଗୋପାଳକୃଷ୍ଣ ପଣ୍ଡାଙ୍କ ସମ୍ପର୍କୀୟ ରଘୁନନ୍ଦନ ପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି ଯେ କ୍ୟାପଟେନ ପଣ୍ଡା ଯେତେବେଳେ ଭିଲାଇକୁ ଆସନ୍ତି,ସେ ନିଶ୍ଚିତ ଭାବରେ ତାଙ୍କ ସମ୍ପର୍କୀୟମାନଙ୍କୁ ଭେଟିଥାନ୍ତି। ତାଙ୍କ ପତ୍ନୀ ବିଶ୍ୱବିଦ୍ୟାଳୟର ଜଣେ ଆଡହକ୍ ପ୍ରଫେସର। କ୍ୟାପଟେନ ଗୋପାଳ କୃଷ୍ଣ ପଣ୍ଡାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଝିଅ ବଡ଼ ଏବଂ ପୁଅ ସାନ। ନିଜ ପରିବାର ସହ ସେ ରାୟପୁରରେ ରହୁଥିଲେ। କ୍ୟାପଟେନ ପଣ୍ଡା ସୁରଜପୁର ଗସ୍ତରେ କ୍ରମାଗତ ଭାବରେ ହେଲିକପ୍ଟରରେ ଯାତ୍ରା କରୁଥିଲେ। ସେ ଜଣେ ମେଳାପୀ ଓ ଭଦ୍ର ବ୍ୟକ୍ତି ଥିଲେ ବୋଲି ବି ରଘୁନନ୍ଦନ ପଣ୍ଡା କହିଛନ୍ତି। ସୂଚନାଯୋଗ୍ୟ, ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଗୁରୁବାର ରାତିରେ ଏକ ସରକାରୀ ହେଲିକପ୍ଟର ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ସେମାନେ ହେଲେ କ୍ୟାପ୍ଟେନ ଗୋପାଳକୃଷ୍ଣ ପଣ୍ଡା ଏବଂ କ୍ୟାପ୍ଟେନ ଏ ପି ଶ୍ରୀବାସ୍ତବ। ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

You may have missed

1 min read
1 min read