ସମ୍ବଲପୁର ୧୯।୦୪ : ଆଜି ବି ବଞ୍ଚିଛି ମାନବିକତା । ଫେରାଇଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ସମ୍ବଲପୁର ଏସଆରଆଇଟି କଲୋନୀରୁ ଆସିଛି ଏହି ମାନବିକତାର ଖବର । ଖବର ଅନୁଯାୟୀ, ସମ୍ବଲପୁର ଏସଆରଆଇଟି କଲୋନୀର ସୌଦାମିନି ପତି ସହର ବାହାରକୁ ଯିବା ପାଇଁ ବାହାରିବାରୁ କଲ୍ଯାଣ ନଗରରେ ରହୁଥିବା ଝିଅ କଳ୍ପନା ସାହୁଙ୍କୁ ସବୁ ଅଳଙ୍କାର ଆସି ନେଇଯିବାକୁ କହିଥିଲେ । ଫୋନ ପାଇ କଳ୍ପନା ଆସି ଗୋଟିଏ ବ୍ଯାଗ ସାହାଯ୍ଯରେ ତାହା ନେବା ବେଳେ ବାଟରେ ପଡିଯାଇଥିଲା । ତେବେ ସଂଧ୍ୟା ଭ୍ରମଣ ସମୟରେ ଯାଉଥିବା ଏସଆରଆଇଟି କଲୋନୀର ପ୍ରକାଶ ସ୍ବାଇଁ ଏହାକୁ ପାଇବା ପରେ ଲୋଭ ନକରି ସୁନା ସବୁ ଅଇଁଠାପାଲି ଥାନାରେ ଜିମା ଦେଇଥିଲେ । ତେବେ ଥାନା ଅଧିକାରୀ ଯୋଗେଶ ପଣ୍ଡା ମାଁ ଝିଅକୁ ଡାକି ସୁନା ଫେରାଇଛନ୍ତି ।
ରାସ୍ତାରୁ ପାଇଥିଲେ ସୁନା ଭର୍ତ୍ତି ବ୍ୟାଗ୍, ଫେରାଇଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ