Headlines Odisha Tv

An Odia News Portal

ରାସ୍ତାକଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ, ୩ ମୃତ

ରାଇରଙ୍ଗପୁର ୧୮/୦୪: ରାସ୍ତାକଡ଼ରେ ଛିଡା ହୋଇଥିବା ଲୋକଙ୍କୁ ଚାପିଦେଲା ଟ୍ରକ୍ । ତିନି ମୃତ,ଜଣେ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ନୂଆଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଜାତୀୟ ରାଜପଥ ୪୯ ନୂଆଗାଁ ନିକଟ ଡାଇଭର୍ସନ ନିକଟରେ ଲୋକେ ଠିଆ ହୋଇଥିଲେ । ସେହି ସମୟରେ ଲୋକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟିପଡିଥିଲା । ମୃତକ ମାନେ ବାଙ୍ଗିରିପୋଷି ଅଞ୍ଚଳର ବୋଲି ଜଣାପଡିଛି । ଗୁରୁତରଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।

You may have missed

1 min read
1 min read