ବାଲିପାଟଣା ୦୧।୦୬: ରାତି ଅଧରେ ପାଣି ମାଗିଲେ । ନଦେବାରୁ ଜଣେ ହୋଟେଲ କର୍ମଚାରୀଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ । ଆକ୍ରମଣରେ ୨ ଜଣ ହୋଟେଲ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ପାହାଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ ରେ ପାହାଳରେ ଥିବା ଏକ ହୋଟେଲରେ ଦୁଇ ଜଣ ଦୁର୍ବୃତ୍ତ ମଦ ପିଇବା ପାଇଁ ପାଣି ମାଗିଥିଲେ । ହୋଟେଲ ବନ୍ଦ ହୋଇଯାଇଥିବା କହି ହୋଟେଲ କର୍ମଚାରୀ ପାଣି ଦେବାକୁ ମନା କରିଥିଲେ । ଏହାକୁ ନେଇ ହୋଟେଲ କର୍ମଚାରୀ ଏବଂ ୨ ଦୁବୃତ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ହୋଟେଲ କର୍ମଚାରୀଙ୍କୁ ମାଡ ମାରିଥିଲେ ଦୁବୃତ୍ତ । ହଠାତ୍ ଜଣେ ଦୁବୃତ୍ତ ଏକ ଭୁଜାଲିରେ ହୋଟେଲର ରୋଷେୟା ସାଗରଙ୍କ ପିଠିକୁ ଭୁଜାଲିରେ ହାଣି ପକାଇଥିଲା । ଯାହାଫଳରେ ସାଗର ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ । ସେପଟେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଖବର ପାଇ ପାହାଳ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ସାଗର ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଥିଲେ । ସାଗରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା