Headlines Odisha Tv

An Odia News Portal

ରାଞ୍ଚି: ଚଢ଼ାଉରେ ବିପୁଳ ଟଙ୍କା ଜବତ ପରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲାମଙ୍କ ଓଏସଡି ସଞ୍ଜୀବ ଲାଲ ଏବଂ ତାଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କୁ ଗିରଫ କରିଛି ଇଡି । ଗତକାଲି ଚଢ଼ାଉ ବେଳେ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗୀରଙ୍କ ଘରେ ଟଙ୍କାର ପାହାଡ଼ ଦେଖି ଇଡି‌ ଅଧିକାରୀଙ୍କ ଆଖି ଟେରା ହୋଇଯାଇଥିଲା। ଜାହାଙ୍ଗୀରଙ୍କ ଘରୁ ମୋଟ ୩୨ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା ଇଡି।

ସୂତ୍ରରୁ ପ୍ରକାଶ, ରାତି ସାରା ପଚରାଉଚରା ପରେ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ର ନିୟମ ଅନୁଯାୟୀ ଉଭୟଙ୍କୁ ଗିରଫ କରାଯାଇଛି