କଣ୍ଟାବାଞ୍ଜି ୦୩।୧୧ : ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ୫୨ ଦାଦନ ଶ୍ରମିକ ଉଦ୍ଧାର। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଏହି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ ନୂଆପଡ଼ା ଜିଲ୍ଲା ବୁଡେନ ଥାନା ହାତିବନ୍ଧା ଏବଂ ବେଲପଡା ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନଙ୍କ ମଧ୍ୟରେ ୧୮ ପୁରୁଷ, ୧୭ ମହିଳା ଏବଂ ୧୭ ଜଣ ଛୋଟ ଛୁଆ ଅଛନ୍ତି। ସେମାନଙ୍କ ନିକଟରେ କୌଣସି କାଗଜପତ୍ର ନଥିବା ବେଳେ ଦାଦନ ଦଲାଲ ଏବଂ ସର୍ଦ୍ଦାର ରାତିରେ ଏମାନଙ୍କୁ ଟ୍ରେନ୍ ଯୋଗେ ବାହାର ରାଜ୍ୟକୁ ଚାଲାଣ କରିବାକୁ ରେଳ ଷ୍ଟେସନକୁ ନେଇଥିଲା। କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି ପୋଲିସ ଚଢାଉ କରି ସେମାନଙ୍କୁ ଉଦ୍ଧାର କରିଛି। ତେବେ ଦାଦନ ସର୍ଦ୍ଦାର ସେଠାରୁ ଫେରାର୍ ହୋଇଯାଇଥିବା ବେଳେ ଦାଦନ ଦଲାଲକୁ ପୋଲିସ ଥାନାରେ ଅଟକ ରଖିଛି।
ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ଦାଦନ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ