Headlines Odisha Tv

An Odia News Portal

ରାଜ୍ୟରେ ନିର୍ମାଣ ହେବ ୮୯ ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡ଼ିୟମ

ଭୁବନେଶ୍ୱର, ଅଗଷ୍ଟ ୦୯ : ରାଜ୍ୟ କ୍ୟାବିନେଟ ଆଜି ” ରାଜ୍ୟ କ୍ରୀଡ଼ା ଭିଭିଭୂମି ବିକାଶ ପ୍ରକଳ୍ପ ” ଯୋଜନାରେ ୮୯ ଗୋଟି ” ବହୁମୂଖୀ ଇନ୍‌ଡୋର ଷ୍ଟାଡ଼ିୟମ ” ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହା ନିମନ୍ତେ ୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଅଛି ଏବଂ ଏହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ । ତେବେ ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ । ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ନିମନ୍ତେ ନିରନ୍ତର ଧାନ କେନ୍ଦ୍ରୀତ କରିଆସୁଛନ୍ତି ବୋଲି ଏହା ଦ୍ୱାରା ସୂଚନା ଦେଇଛନ୍ତି। ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକଳ୍ପ ପରିକଳ୍ପନା କରାଯାଇଅଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧ ଓ କ୍ରୀଡ଼ାବିତ୍ ମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିଭିଭୂମିର ଆବଶ୍ୟକୀୟ ନକ୍ସା ପ୍ରସ୍ତୁତ ହୋଇଅଛି ।  ରାଜ୍ୟ କ୍ରୀଡ଼ା ଭିଭିଭୂମି ବିକାଶ ପ୍ରକଳ୍ପ ଉନ୍ନତମାନର କ୍ରୀଡ଼ା ଭିଭିଭୂମି ବିକାଶ ନିମନ୍ତେ ଉଦ୍ଦିଷ୍ଟ । ଏହି ପ୍ରକଳ୍ପ ଅଧୁନରେ ୮୯ ଗୋଟି ବହୁମୁଖୀ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ କରିବା ନିମନ୍ତେ ଯୋଜନା କରାଯାଇଅଛି , ଯେଉଁଠି ବର୍ତ୍ତମାନ ଉନ୍ନତ ଭିଭିଭୁମି ଉପଲବ୍ଧ ନାହିଁ । ଏହି ଇନ୍‌ଡୋର ଷ୍ଟାଡ଼ିୟମଗୁଡ଼ିକ ବହୁମୁଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଣ୍ଟନ , ଟେବୁଲ ଟେନିସ୍ ଭାରୋତ୍ତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ମଧ୍ୟ ଉକ୍ତ ଷ୍ଟାଡ଼ିୟମରେ ରହିବ । ଏହି ଆର୍ନ୍ତଗୃହ ଗୁଡ଼ିକ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନ୍‌ଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇପାରିବ । ଇନ୍‌ଡୋର ଷ୍ଟାଡ଼ିୟମଗୁଡ଼ିକ ଘଣ୍ଟାପ୍ରତି ୨୦୦ କି.ମି. ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ ଯହାରା ପ୍ରାକୃତିକ ବିପର୍ଯ୍ୟୟ ମହାବାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ରୂପେ ବ୍ୟବହୃତ ହୋଇପାରିବ ।