ଭୁବନେଶ୍ୱର ୧୩/୦୪: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ବର । ବିକାଶ ବହୁତ ଆଗକୁ ଯାଇଛି । ତଥାପି ଅନେକ ସମସ୍ୟା ଭିତରେ ଅଛନ୍ତି ସ୍ମାର୍ଟ ସିଟିବାସୀ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବାଠାରୁ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଦେଶର ପ୍ରମୁଖ ସ୍ମାର୍ଟସିଟିରେ ପରିଣତ କରିଛି । ଆସନ୍ତୁ ଭୁବନେଶ୍ୱରକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବାକୁ ସମସ୍ତେ ଏକ ହୋଇ କାମ କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି .
ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ