ଭୁବନେଶ୍ୱର, ୨୫/୦୪: ଭୁବନେଶ୍ବର ଜାଆଁଳାରେ ଗୁଳିକାଣ୍ଡ। ସୁନାଦୋକାନୀକୁ ଲୁଟ୍ ଉଦ୍ଦେଶ୍ୟରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ବାପ ପୁଅ ଗୁରୁତର ହୋଇଛନ୍ତି । ସୂଚନାନୁସାରେ, ଉଭୟ ବାପା ଓ ପୁଅ ସୁନାଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ପୂର୍ବରୁ ରାସ୍ତାରେ ଲୁଚି ରହିଥିବା ଦୁର୍ବୃତ୍ତ ଏମାନଙ୍କୁ ଉପରକୁ ଗୁଳି କରିଥିଲେ । ସ୍ଥାନୀୟ ଲୋକେ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଧରି ପାରିନଥିଲେ । ସୁନା ଦୋକାନୀଙ୍କ ପୁଅ ଗୋଡ଼ରେ ଗୁଳି ବାଜିଛି । ତେବେ କେତେଜଣ ଦୁର୍ବୃତ୍ତ ଏଥିରେ ସାମିଲ ଥିଲେ ତାହା ଜଣାପଡିନାହିଁ । ଗୁରୁତର ବାପ ପୁଅଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ରାଜଧାନୀରେ ସୁନା ଦୋକାନୀଙ୍କୁ ଗୁଳି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ