ମୁମ୍ବାଇ: କଥାରେ ଅଛି ଯେମିତି ବାପା, ସେମିତି ପୁଅ। ଏଭଳି ଏକ ଲୋକକଥାକୁ ବାସ୍ତବରେ ପରିଣତ କରିଛନ୍ତି ଭାରତୀୟ କ୍ରିକେଟ୍ କିଂବଦନ୍ତି ସଚିନ୍ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକର। ମାଷ୍ଟର ବ୍ଲାଷ୍ଟର ସଚିନ୍ ଆନ୍ତର୍ଜାତିକ କ୍ରିକେଟ୍ରେ ଛାପ ଛାଡ଼ିବା ପୂର୍ବରୁ ଘରୋଇ କ୍ରିକେଟ୍ର ସବୁଠୁ ସମ୍ମାନଜନକ ପ୍ରତିଯୋଗିତା ରଣଜୀ ପଦାର୍ପଣରେ ଶତକ ହାସଲ କରିଥିଲେ। ମୁମ୍ବାଇ ପକ୍ଷରୁ ରଣଜୀ ପଦାର୍ପଣ କରି ସଚିନ୍ ୧୯୮୮ ମସିହା ଡିସେମ୍ବର ୧୧ ତାରିଖରେ ଗୁଜରାଟ ବିପକ୍ଷରେ ଶତକ ହାସଲ କରିଥିଲେ। ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ସଚିନ୍ ଅପରାଜିତ ୧୦୦ ରନ୍ କରି ପଦାର୍ପଣ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଶତକ ହାସଲ କରିବାରେ ସର୍ବକନିଷ୍ଠ ଭାରତୀୟ ହୋଇଥିଲେ। ସେତେବେଳେ ସଚିନ୍ଙ୍କୁ ୧୫ ବର୍ଷ ୨୩୨ ଦିନ ବୟସ ହୋଇଥିଲା। ଏବେ ଏହାର ୩୪ ବର୍ଷ ପରେ ତାଙ୍କ ପୁଅ ଅର୍ଜୁନ ସଂଯୋଗବଶତଃ ସେହି ଡିସେମ୍ବର ମାସରେ ବାପାଙ୍କ ମାଇଲଖୁଣ୍ଟ ସମକକ୍ଷ ହୋଇଛନ୍ତି।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା