ଭୁବନେଶ୍ୱର ୧୫/୦୬: ସଜବାଜ ପହିଲି ରଜ ପରେ ଆଜି ହେଉଛି ଦ୍ବିତୀୟ ରଜ । ଏହାକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ । ପହିଲି ରଜକୁ ମନଭରି ଉପଭୋଗ କରିବା ପରେ ଆଜି ବି ସମାନ ଭାବରେ ସଜବାଜ ହୋଇ ଦିନଟିକୁ ପାଳନ କରିଛନ୍ତି ସଭିଏଁ । ଏହି ଦିନ ରଜ ସହ ସଂକ୍ରାନ୍ତି ହୋଇଥିବା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ନୂଆ ପିନ୍ଧି ସଜବାଜ ହୋଇ ସଭିଏଁ ଭଗବାନଙ୍କୁ ଦର୍ଶନ କରିଛନ୍ତି । ଦୁଇବର୍ଷ ପରେ ପ୍ରଥମ ଦିନରେ ଜମିଥିଲା ରଜ ମଉଜ । ଗାଁଠୁ ନେଇ ସହର ସବୁଠି ପହିଲି ରଜକୁ ମନଭରି ପାଳିଥିଲେ ସଭିଏଁ । ଦୋଳି ଖେଳିବା ସହିତ ପୋଡପିଠା ଓ ରଜପାନର ମହକରେ ମହକି ଉଠିଥିଲା ଖଣ୍ଡମଣ୍ଡଳ । ରଜରେ କବାଡି, କୁଆଁରୀଙ୍କ ସଜବାଜ ଶୃଙ୍ଗାର ସହ ପରସ୍ପରକୁ ରଜ ଶୁଭେଚ୍ଛା ଜଣାଇ ସାଙ୍ଗସାଥୀ ମିଶି ଏକାଠୀ ହୋଇ ପାଳିଥିଲେ ପହିଲି ରଜ । ସେହି ପରି ଆଜି ଦ୍ବିତୀୟ ଦିନକୁ ବି ଧୁମଧାମରେ ପାଳୁଛନ୍ତି ସଭିଏଁ । ଆଜି ରଜ ସଂକ୍ରାନ୍ତି ହୋଇଥିବାରୁ ମନ୍ଦିର ଯାଇଁ ଭଗବାନଙ୍କୁ ଦର୍ଶନ ମଧ୍ୟ କରିଛନ୍ତି । ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ଦ୍ବିତୀୟ ଦିନ ।
ରଜ ସଂକ୍ରାନ୍ତିରେ ଉତ୍ସବମୁଖର ଗାଁଠୁ ସହର, ଘରେ ଘରେ ପିଠାର ମହକ: ଖିଲି ପାନ ଖାଇ ଓ ଦୋଳି ଖେଳିରେ ମାତିଛନ୍ତି କୁଆଁରୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ