Headlines Odisha Tv

An Odia News Portal

ଯେଉଁ ଜେଲରେ ବନ୍ଦ ଅଛନ୍ତି ଆରିୟନ ଖାନ, ସେଠରେ ଦିନ ବିତାଇ ଥିଲେ ସଂଜୟ ଦତ୍ତ ଓ ଆଜମଲ କସାବ

ନୂଆଦିଲ୍ଲୀ, ଅକ୍ଟୋବର ୦୯ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରିୟନ ଖାନ ଜାମିନ ଖାରଜ ହୋଇଯାଇଛି। ତାଙ୍କୁ ମୁମ୍ବାଇରେ ସମୁଦ୍ର ଭିତରେ ଜାହାଜ‌େ ଡ୍ରଗ୍ସ ପାର୍ଟି ଘଟଣାରେ ଗତ ୩ ତାରିଖ ଦିନ ଗିରଫ କରାଯାଇଥିଲା। ଅକ୍ଟୋବର ୮ ତାରିଖର ଶୁଣାଣୀରେ କୋର୍ଟ ଆରିୟନଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଫଳରେ ତାଙ୍କୁ ଆର୍ଥର ଜେଲରେ ଏବେ ରଖାଯାଇଛି। ତାଙ୍କ ସହିତ ଅନ୍ୟ ୮ ଜଣ ଅଭିଯୁକ୍ତ ମଧ୍ୟ ଅଛନ୍ତି। ସମସ୍ତଙ୍କୁ ୧ ନମ୍ବର ବାରାକରେ ସଂଗରୋଧରେ ରଖାଯାଇଛି। ସମସ୍ତଙ୍କୁ ଜେଲର ନିମୟ ପାଳନ କରିବାକୁ ପଡିବ ଏବଂ ଜେଲର ଖାଦ୍ୟ ଖାଇବାକୁ ହେବ। 

ସୂଚନାଯୋଗ୍ୟ ଆରିୟନ ଖାନ ମୁମ୍ବାଇର ସର୍ବ ପୁରାତନ ଜେଲରେ ଅଛନ୍ତି। ଆରିୟନ ଯେଉଁଠି ଅଛନ୍ତି, ଏଠାରେ ଆହୁରି ଜଣାଶୁଣା ଲୋକ ଦିନ କାଟିଛନ୍ତି। ୧୯୯୩ ମସିହାରେ ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କୁ ବୋମା ବିସ୍ଫୋରଣ ଘଟଣାରେ ଏହି ଜେଲରେ ରହିବାକୁ ପଡ଼ିଥିଲା। ତାଙ୍କୁ ୧୦ ନମ୍ବର ବାରାକରେ ରଖାଯାଇଥିଲା। ଏହା ‘ଅଣ୍ଡା’ ସେଲର ନିକଟତର ଥିଲା। ଏଠାରେ ଆବୁ ଜିନ୍ଦଲକୁ ରଖାଯାଇଥିଲା।

ଶୀନା ବୋରା ହତ୍ୟା ଘଟଣାରେ ମୁଖ୍ୟ ସନ୍ଦିଗ୍ଧ ପୀଟର ମୁଖାର୍ଜୀଙ୍କୁ ମଧ୍ୟ ଆର୍ଥର ଜେଲରେ ରଖାଯାଇଥିଲା। ସେହିପରି ପାକିସ୍ତାନୀ ଆତଙ୍କବାଦୀ ଆଜମଲ କସାବକୁ ମଧ୍ୟ ଏହି ଜେଲରେ ଭର୍ତ୍ତି କରାଯାଇଥିଲା। ଆଜମଲ କସାବ ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣା ସହିତ ଜଡ଼ିତ ଥିଲା। କସାବ ପାଖାପାଖି ୧୬୬ ଲୋକଙ୍କୁ ଗୁଳି କରିଥିଲା। ଏହି ଗୁଳିମାଡ଼ରେ ପାଖାପାଖି ୬୦୦ ଲୋକ ଆହତ ହୋଇଥିଲେ। ପୁଣେରେ ୨୦୧୨ ନଭେମ୍ବରରେ କସାବକୁ ଫାଶୀ ହୋଇଥିଲା। 

ଆତଙ୍କବାଦୀ ଆବୁ ସାଲେମ ୧୯୯୩ ବୋମା ବିସ୍ଫୋରଣ ଘଟଣାରେ ଏହି ଜେଲରେ ଭର୍ତ୍ତି ହୋଇଥିଲା। ସେହିପରି ଏହି ଘଟଣାର ଅନ୍ୟତମ ସହଯୋଗୀ ମୁସ୍ତଫା ଡୋସା, ଅଣ୍ଡର ୱାର୍ଲ୍ଡ ଡନ ଛୋଟା ରାଜନ ଓ ଅରୁଣ ଗାଭଲୀ ଏହି ଜେଲରେ ଦିନ କାଟିଥିଲେ।