ଛତ୍ରପୁର, ୨୩।୦୪ : ଯୁବକଙ୍କୁ ପିଟିପିଟି ହତ୍ୟା । କାରଣ ଅସ୍ପଷ୍ଟ । ଏପରି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ହଂସପୁର ଗ୍ରାମରେ । ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧିନ ହଂସପୁର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ପରିଡା । ତେବେ ହତ୍ୟାର କାରଣ ଜଣା ପଡି ନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଘଟଣା ବାବଦରେ ଖବର ପାଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ଯୁବକଙ୍କୁ ପିଟିପିଟି ହତ୍ୟା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ