ନୂଆଦିଲ୍ଲୀ: ଦେଶର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ କୁଲବିନ୍ଦରଜିତ୍ ସିଂ ଓରଫ ଖାନପୁରିୟାକୁ ଗିରଫ କରାଯାଇଛି । ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି ଏନଆଇଏ କୁଲବିନ୍ଦରଜିତ୍ ସିଂକୁ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରିଛି । ଖବର ସରବରାହ ସଂସ୍ଥା ଏନଆଇଏର ରିପୋର୍ଟ ଅନୁସାରେ, ଖାନପୁରିଆ ୨୦୧୯ରୁ ଫେରାର ଥିଲା । ନଭେମ୍ୱର ୧୮ରେ ବ୍ୟାଙ୍କକକ୍ରୁ ଫେରିବା ସମୟରେ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଇଛି । ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ଏବଂ ଖାଲିସ୍ତାନ ଲିବରେସନ ଫୋର୍ସ ପରି ଆତଙ୍କବାଦୀ ସଂଗଠନ ସହ ଖାନପୁରିଆର ଲିଙ୍କ ରହିଛି । ଏନଆଇଏ ସୋମବାର କହିଛି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଖାନପୁରିଆକୁ ଗିରଫ କରାଯାଇଛି । ଖାନପୁରିଆ ଉପରେ ୫ ଲକ୍ଷର ପୁରସ୍କାର ରାଶି ଥିଲା। ୨୦୧୯ ମସିହାରୁ ସେ ଫେରାର ଥିଲା। ପଞ୍ଜାବରେ ଅନେକ ଟାର୍ଗେଟ କିଲିଂରେ ଖାନପୁରିଆ ସାମିଲ ସାମିଲ ଥିଲା । ଅନେକ ଆତଙ୍କବାଦୀ ମାମଲାରେ ସେ ୱାଣ୍ଟେଡ୍ ଥିଲା । ନବେ ଦଶନ୍ଧିରେ କନ୍ନଟ ପ୍ଲେସ୍, ନୂଆ ଦିଲ୍ଲୀରେ ଏକ ବୋମା ବିସ୍ଫୋରଣ ମାମଲା ଏବଂ ଅନ୍ୟ ରାଜ୍ୟରେ ଗ୍ରେନେଡ୍ ଆକ୍ରମଣରେ ସାମିଲ ଥିଲେ । ଏନଆଇଏ କହିଛି, ଖାନପୁରିଆ ପଞ୍ଜାବ ସହ ସାରା ଦେଶରେ ଆତଙ୍କ ସୃଷ୍ଟି କରିବା ପାଇଁ ଅନେକ ବରିଷ୍ଠ ଅଧିକାରୀଙ୍କୁ ଟାର୍ଗେଟ କରୁଥିଲା।
ମୋଷ୍ଟ ୱାଣ୍ଟେଡ୍ ଖାଲିସ୍ତାନୀ ଆତଙ୍କୀ କୁଲବିନ୍ଦରଜିତ୍ ସିଂ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ