ଭଦ୍ରକ ୧।୬: ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଦୁର୍ଘଟଣା । ରୋଗୀ ଓ ସମ୍ପର୍କୀୟଙ୍କ ଉପରେ ଚଢିଗଲା ମେଡିକାଲ କାମରେ ନିୟୋଜିତ ବୋଲେରୋ । ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।ସୂଚନାଯୋଗ୍ୟ ଯେ, ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମେଡିକାଲ କାମରେ ନିୟୋଜିତ ବୋଲେରୋରୁ ମେଡ଼ିସିନ ଅନଲୋଡ୍ ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବୋଲେରୋ ଧକ୍କାରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଦୁଇ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଭଦ୍ରକ ମେଡିକାଲରେ ଶ୍ରୀଧର ଲେଙ୍କାଙ୍କୁ ମୃତ ଘୋଷଣା କରାଯାଇଥିବା ସୂଚନା ମିଳିଛି । ଗୁରୁତର ଓ ଆହତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ତେବେ ଦୁର୍ଘଟଣାର କାରଣ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା