Headlines Odisha Tv

An Odia News Portal

ମୃଦୁ ପାନୀୟରେ ନିଶା ଦେଇ ଜୈନେକା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ, ୫ ଗିରଫ,ଜଣେ ଫେରାର

ମୃଦୁ ପାନୀୟରେ ନିଶା ଦେଇ ଜୈନେକା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ, ୫ ଗିରଫ,ଜଣେ ଫେରାର

ବ୍ରହ୍ମପୁର :-ବ୍ରହ୍ମପୁର ସହରରେ ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି l ଜୈନିକା ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣବଳାତ୍କାର କରିବା ଘଟଣାରେ ୫ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ୍ l ଏଥିରେ ସମ୍ପୃକ୍ତ ଥିବା ଜଣେ ଫେରାର ଥିବା ଜଣାପଡ଼ିଛି l ଗିରଫଙ୍କ ମଧ୍ୟରେ ୩ଜଣ ଇଞ୍ଜିନିୟରିଂ ଛାତ୍ର ରହିଛନ୍ତି l ସେମାନେ ହେଲେ ରୁତୁନ କୁମାର ଦାସ(୨୨) ତାଙ୍କ ଘର ଆସିକା ଥାନା ଅନ୍ତର୍ଗତ ଆସିକା ପାଢ଼ୀ କଲୋନୀ, ଆକାଶ ନାୟକ( ୨୬) ତାଙ୍କ ଘର ସୋରଡ଼ା ଥାନା ଅନ୍ତର୍ଗତ ସlମପଲ୍ଲୀ, ଜୁମନ ଗୌଡ ଓରଫ ନିଲୁ ( ୧୯) ଖଲ୍ଲିକୋଟ ଥାନା ଅନ୍ତର୍ଗତ ପରିନୂଆଗାଁ, ଫାର୍ମାଶୀ ଛାତ୍ର ରୁଦ୍ର ଜେନା(୨୧) ଙ୍କ ଘର କୋଟିନଡ଼ା ଥାନା ଅନ୍ତର୍ଗତ ବାବନପୁର ଗ୍ରାମର ପାଟଣା ସାହି,ବିସିଏ ଛାତ୍ର ଅଭିଳାଶ ପୋଲେଇ(୧୯ ) ଙ୍କ ଘର ବେଗୁନିଆପଡା ର ବାଲିସାହି,ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ର ୩୭୬ (ଡି ), ୩୨୮, ୧୨0(ବି ), ୫0୬ ଧାରା ଓ ପୋକସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି l ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି l ଫେରାର ଥିବା ଅନ୍ୟ ଅଭିଯୁକ୍ତକୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସପି ଦାୟୀତ୍ଵରେ ଥିବା ଡିଆଇଜି ଡ. ସାର୍ଥକ ଷଢ଼ଙ୍ଗୀ ସୂଚନା ଦେଇଛନ୍ତି l ଡିଆଇଜି ଡା.ଷଢ଼ଙ୍ଗୀଙ୍କ ସୂଚନା ପ୍ରକାରେ, ଗତ ୫ତାରିଖ ଅପରାହ୍ନରେ ବୈଦ୍ୟନାଥପୁର ଥାନାରେ ପୀଡିତା ଯୁକ୍ତଦୁଇ ଛାତ୍ରୀଜଣକ ଗଣବଳାତ୍କାରର ଶିକାର ହୋଇଥିବା ନେଇ ଲିଖତ ଅଭିଯୋଗ କରିଥିଲେ l ୩ତାରିଖ ସନ୍ଧ୍ୟାରେ ସେ ଜଣେ ଝିଅ ସାଙ୍ଗକୁ ଭେଟିବା ପରେ ହିଲ୍‌ପାଟଣାରେ ନିଜ ବାପାଙ୍କୁ ଅପେକ୍ଷା କରିଥିଲେ l ସେହି ସମୟରେ ରୁତୁନଙ୍କ ସହ ଭେଟ ହେବାରୁ ତାଙ୍କ ସହ ଯାଇ ରୁତୁନ ରହୁଥିବା ନୂଆ ବସ୍‌ଷ୍ଟାଣ୍ଡ ନିକଟ ଏକ ଘରେ ଯାଇ ପହଞ୍ଚିଥିଲେ l ସେଠାରେ ରୁତୁନ କୁଆଡେ ମୃତ୍ୟୁ ପାନୀୟରେ ଅଚେତ ନିଶା ଦେଇଥିଲେ l ଫଳରେ ଛାତ୍ରୀଜଣକ ନିଶାଶକ୍ତ ହୋଇଯାଇଥିଲେ l ପରେ ୫ରୁ ୬ଜଣ ରୁତୁନଙ୍କ ସାଙ୍ଗ ତାଙ୍କୁ ବଳାତ୍କାର କରିଥିଲେ l ଏସବୁ ସେ ଜାଣିପାରୁଥିଲେ ମଧ୍ୟ ପ୍ରତିବାଦ କରିବାରେ ସକ୍ଷମ ନଥିଲେ । ତେବେ ରାତ୍ର ୧୦ଟାରେ ପୀଡିତା ହୋସ୍‌ରେ ଆସିବାପରେ ଏହି ଘଟଣା ବିଷୟରେ କାହାକୁ ନ ଜଣାଇବାକୁ ସେମାନେ ଧମକ ଦେଇଥିଲେ l ଏହାପରେ ପୀଡିତାଙ୍କୁ ରୁତୁନ ଓ ତାଙ୍କର ଜଣେ ବନ୍ଧୁ ବିଜିପୁର ସନ୍ତୋଷୀ ମା’ ମନ୍ଦିର ନିକଟରେ ଛାଡିଥିଲେ l ସେଠାରୁ ସେ ଘରକୁ ଯାଇ ନିଜ ପରିବାର ଲୋକଙ୍କୁ କହିବାପରେ ପରିବାର ଲୋକେ ୫ତାରିଖରେ ଥାନାରେ ଅଭିଯୋଗ କରିଥିଲେ l ବୈଦ୍ୟନାଥପୁର ଥାନାଧିକାରୀ ସୁଚିତ୍ରା ପରିଡା ଏହାର ତଦନ୍ତ କରିବା ସହ ସମସ୍ତ ଅଭିଯୁକ୍ତକୁ ଉଠାଇ ଆଣି ଜେରା କରିଥିଲେ l ପୀଡିତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍‌ରେ ଡାକ୍ତରୀମାଇନା କରିବାପରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି l ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l