ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ନୋଟିସ ପଠାଇଲା ଇଡି । ଅବୈଧ ଖନନ ଏବଂ ଅର୍ଥ ହେରଫେର ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ଏହି ସମନ ପଠାଇଛି। ମିଳିଥିବା ସୂଚନା ଅନୁଯାୟୀ, ହେମନ୍ତ ସୋରେନଙ୍କୁ ୩ ନଭେମ୍ବର ସାଢ଼େ ୧୧ ଟାରେ ପଚରାଉଚରା ପାଇଁ ଡକାଇଛି। ଇଡିକୁ ବିଧାୟକ ପଙ୍କଜ ମିଶ୍ରାଙ୍କ ସାହେବଗଞ୍ଜ ସ୍ଥିତ ଘରେ ରେଡ୍ ସମୟରେ ଏକ ଲଫାଫା ମିଳିଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସହ ଜଡ଼ିତ ଚେକବୁକ୍ ରହିଥିଲା। ୨ ଚେକ୍ବୁକ୍ରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ମଧ୍ୟ ମିଳିଥିବା ନେଇ କୁହାଯାଉଛି। ନିକଟରେ ଖୁଲାସା ହୋଇଥଲା ଯେ ନ୍ୟାୟିକ ହେପାଜତରେ ଥାଇ ଚିକିତ୍ସା ସମୟରେ ପଙ୍କଜ ମିଶ୍ରା ଲଗାତାର ଅଧିକାରୀଙ୍କ ସଂପର୍କରେ ରହୁଥିଲା। ଯାଞ୍ଚରେ ଏହାର ପ୍ରମାଣ ମିଳିଥିଲା ଯେ ପଙ୍କଜ ମିଶ୍ରା ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଅଧିକାରୀଙ୍କୁ ଡରାଉଥିଲେ। ସୂଚନାଯୋଗ୍ୟ, ଇଡି ସାହିବଗଞ୍ଜ ସହ ଅନ୍ୟ ଜିଲ୍ଲାରେ ଅବୈଧ ଖନନ ଏବଂ ଅର୍ଥ ହେରଫେର ଅଭିଯୋଗ ହୋଇଥିଲା। ଯାହାପରେ ୧୯ ଜୁଲାଇରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧି ଫଙ୍କଜ ମିଶ୍ରାଙ୍କୁ ଗିରଫ କରାଯାଇଥିଲା। ପଙ୍କଜ ମିଶ୍ରାଙ୍କ ଉପରେ ଅବୈଧ ଖନନ ଦ୍ବାରା ୪୨ କୋଟି ଟଙ୍କାର ଅର୍ଥ ହେରଫେର(ମନି ଲଣ୍ଡ୍ରିଂ) ଅଭିଯୋଗ ରହିଛି। ପଙ୍କଜ ମିଶ୍ରାଙ୍କ ଗିରଫ ପରେ ଇଡି କହିଥିଲା ଯେ ରାଜ୍ୟରେ ୧୦୦୦ କୋଟି ଟଙ୍କାରୁ ମଧ୍ୟ ଅଧିକ ଅବୈଧ ଖନନ ହୋଇଥିଲା।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ, ୩ ନଭେମ୍ବରରେ ହେବ ପଚରାଉଚରା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ