Headlines Odisha Tv

An Odia News Portal

‘ମୁଁ ସନସାଇନ୍ ସ୍କୁଲ ଯାଇନି’: ମମିତା ହତ୍ୟା ପ୍ରସଙ୍ଗରେ ସଫେଇ ଦେଲେ ଦିବ୍ୟଶଙ୍କର

ଭୁବନେଶ୍ୱର, ନଭେମ୍ବର ୧୭ : ମମିତା ମେହେର ହତ୍ୟାକାଣ୍ଡକୁ ନେଇ ପୁଣି ଥରେ ସଫେଇ ଦେଇଛନ୍ତି ବିବାଦୀୟ ମନ୍ତ୍ରୀ କ୍ୟାପେଟନ୍ ଦିବ୍ୟଶଙ୍କର ମିଶ୍ର । ନିଜକୁ ନିର୍ଦ୍ଦୋଶ ବୋଲି ପ୍ରମାଣ କରିବାକୁ ଯାଇ ମନ୍ତ୍ରୀ କହିଛନ୍ତି ଯେ ସେ ଘଟଣା ଘଟିଥିବା ସନସାଇନ୍ ପବ୍ଲିକ୍ ସ୍କୁଲକୁ ସେ କେବେ ହେଲେ ଯାଇ ନାହାନ୍ତି । ସେ କେବଳ ମହାଲିଙ୍ଗ କଲେଜକୁ ଯାଉଥିଲେ । ଅନ୍ୟପଟେ ସେ ଭାରତୀୟ ବାୟୁ ସେନାର ଜଣେ ପାଇଲଟ୍ ଓ ସେ ଦେଶ ପାଇଁ ଲଢିଛନ୍ତି ତେଣୁ ତାଙ୍କ ଦ୍ୱାରା କୌଣସି ବେଆଇନ୍ କାମ ହେବ ନାହିଁ ବୋଲି ଆଜି ମମିତା ହତ୍ୟାକାଣ୍ଡ ଓ ସେଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।

ଆହୁରି ମଧ୍ୟ ତାଙ୍କ ଦ୍ୱାରା କୌଣସି ଘୃଣ୍ୟ ଓ ଅସାମ୍ବିଧାନିକ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ଆଜି ଗଣମାଧ୍ୟମ ଆଗରେ ବିବୃତି ରଖିଛନ୍ତି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।ମନ୍ତ୍ରୀଙ୍କ ନାମକୁ ଯୋଡି ରାଜନୈତିକ ଷଡଯନ୍ତ୍ର କରାଯିବା ଅତି ଦୁଭାର୍ଗ୍ୟଜନକ ବୋଲି କହିଛନ୍ତି ଦିବ୍ୟଶଙ୍କର ।