Headlines Odisha Tv

An Odia News Portal

ମୁଁ କୋଡିଏ ହଜାର ଭୋଟ ରେ ଯିତିବି:ଅଶୋକ ତ୍ରିପାଠୀ

ମୁଁ କୋଡିଏ ହଜାର ଭୋଟ ରେ ଯିତିବି:ଅଶୋକ ତ୍ରିପାଠୀ

ଆମ ଆଦମୀ ପାର୍ଟି ପାଟକୁରା ପକ୍ଷରୁ ଚାନ୍ଦୋଳ ସ୍ଥିତ ଶ୍ରୀରାମ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଶୁକ୍ରବାର ଆୟୋଜିତ ଏହି ସମ୍ମିଳନୀରେ ଆପର ପାଟକୁରା ବିଧାୟକ ପ୍ରାର୍ଥୀ ଅଶୋକ ତ୍ରିପାଠୀ କହିଛନ୍ତି ଯେ,ନଦୀ, ନାଳ ଘେରା ସଦା ସର୍ବଦା ଅବହେଳିତ ପାଟକୁରାକୁ ଏକ ଶିଳ୍ପ ସମୃଦ୍ଧ, ବିକଶିତ ନିର୍ବାଚନ ମଣ୍ଡଳୀ ଭାବେ ପରିଣତ କରିବାର ସ୍ବପ୍ନ ଦେଖିଛନ୍ତି ।ତିନି ପ୍ରମୁଖ ଦଳ ବିଜେପି,ବିଜେଡି ଓ କଂଗ୍ରେସ ପାଟକୁରା ବାସୀଙ୍କୁ ବିଭିନ୍ନ ପ୍ରକାରର କୌଶଳରେ ଉନ୍ନତିର ସ୍ବପ୍ନ ଦେଖାଉଥିବା ବେଳେ ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ପାଦକ ତଥା ବର୍ତ୍ତମାନର” ଆପ”ର ବିଧାୟକ ପ୍ରାର୍ଥୀ ପାଟକୁରା ବାସୀଙ୍କ ସୁଖ ଓ ସମୃଦ୍ଧିର କାମନା କରିଛନ୍ତି । ଏଥର କେନ୍ଦ୍ରାପଡ଼ାରେ ଆପ ପକ୍ଷରୁ ଦୁଇଟି ନିର୍ବାଚନ ମଣ୍ଡଳୀ ମହାକାଳ ପଡ଼ା ଓ ପାଟକୁରା ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏହି ଅବସରରେ ଆଜି ନାମାଙ୍କନ ପତ୍ର ଦାଖଲ କରି ଅଶୋକ କୁମାର ତ୍ରିପାଠୀ ସୁନାର ପାଟକୁରାର ସ୍ବପ୍ନ ଦେଖିଛନ୍ତି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ଅଶୋକ କୁମାର ତ୍ରିପାଠୀ,ପଦ୍ମଲୋଚନ ପରିଡା,ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l