ଭୁବନେଶ୍ୱର ୦୧।୦୩ : ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ରକ୍ତରଞ୍ଜିତ । କୌଣସି କାରଣକୁ ନେଇ ୨ ଯୁବକଙ୍କ ମଧ୍ୟରେ ମାର୍ପିଟ୍ । ଏଥିରେ ଉଭୟ ଯୁବକ ଗୁରୁତର ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୋମବାର ସନ୍ଧ୍ୟାରେ ଖାରବେଳ ନଗର ଥାନା ଅନ୍ତର୍ଗତ ଜୟ ପ୍ରକାଶ ନାରାୟଣ ପାର୍କ ମଧ୍ୟରେ ଦୁଇ ଜଣ ଯୁବକଙ୍କ ମଧ୍ୟରେ ରକ୍ତାକ୍ତ ଆକ୍ରମଣ ଓ ପ୍ରତି ଆକ୍ରମଣରେ ହୋଇଥିଲା । ଏଥିରେ ଦୁଇ ଜଣ ଯୁବକ ଗୁରୁତର ହୋଇଥିଲେ । କିଛି ସମୟ ପରେ ସେଠାରୁ ଆସି ପୁଣି “ମୋ ବସ ” ଟର୍ମିନାଲ ମଧ୍ୟରେ ମାର ପିଟ ହେବାକୁ ଉଦ୍ୟମ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଯୁବକକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲା । ପୋଲିସ କଣ୍ଟ୍ରୋଲ ରୁମରୁ ଖବର ପାଇ ପିସିଆର୍-୩ ଅବିଳମ୍ବେ ଘଟଣା ସ୍ଥଳରେ ପହଁଛି ଗୁରୁତର ଭାବେ ଆହତ ଯୁବକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ମାଷ୍ଟର କ୍ୟାଣ୍ଟିନ୍ ଛକରେ ମାର୍ପିଟ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ