ସାନଖେମୁଣ୍ଡି ୧୫।୦୭ : ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବନ୍ଧାଗୁଡ଼ା ପଞ୍ଚାୟତ ଅନନ୍ତନଗର ସ୍ଥିତ ଏକ ତୋଟାରୁ ଏହି ମୃତଦେହ ଠାବ ହୋଇଛି । ମୃତକ ବନ୍ଧାଗୁଡ଼ା ଗାଁର ତ୍ରିନାଥ ପାତ୍ର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଅନନ୍ତନଗର ସ୍ଥିତ ଏକ ତୋଟାରେ ମୃତଦେହ ଜବତ ହୋଇଥିବା ପୋଲିସକୁ ସୂଚନା ମିଳିଥିଲା । ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ମୃତଦେହକୁ ଉଦ୍ଧାର କରିଥିଲା । ଜବତ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ଏହାସହ ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ସେହିପରି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଲତାଡ଼ କରୁଥିବା ଜଣାପଡିଛି ।
ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୃତଦେହ, ଜଣଙ୍କୁ ଅଟକ ରଖିଛି ପୋଲିସ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ