ସଇଁତଳା: ବଲାଙ୍ଗୀର ଜିଲ୍ଲାର ସଇଁତଳା ଥାନା ଅଞ୍ଚଳରେ ଜଣେ ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି। ଆଜି ସକାଳେ ସଇଁତଳା ଥାନା ଅନ୍ତର୍ଗତ ଦେଢେଲ ଗାଁ ନିକଟରେ ଜଣେ ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସେମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସଇଁତଳା ଥାନା ପୁଲିସ ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଟିଟଲାଗଡ଼ ଡାକ୍ତରଖାନାକୁ ପଠାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ଏହି ମୃତଦେହ କିପରି ଏଠାକୁ ଆସିଲା ସେନେଇ ନାନା କଥା ଶୁଣିବାକୁ ମିଳୁଛି। ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଞ୍ଚାୟତ ଦେଢ଼େଲ ଜଙ୍ଗଲରୁ ଜଣେ ମହିଳାଙ୍କ ପୋଡ଼ା ଶବକୁ ଉଦ୍ଧାର କରିଛି ସଇଁତଲା ପୁଲିସ। ଜଙ୍ଗଲ ଭିତରେ ମହିଳାଙ୍କୁ ଜାଳି ଦେଇ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ମହିଳାଙ୍କ ନାମ ରତିନି ରଣା (୫୫) ବୋଲି ଜଣାପଡ଼ିଛି। କାହିଁକି ଜଙ୍ଗଲ ଭିତରେ ମହିଳାଙ୍କୁ ଜାଳି ହତ୍ୟା କରାଗଲା ତାହା ଜଣା ପଡ଼ି ନାହିଁ। ଘଟଣା ସମ୍ପର୍କରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ତଦନ୍ତ ଆରମ୍ଭ କରିଛନ୍ତି।
ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଠାବ: ମୃତ୍ୟୁର କାରଣ ଅସ୍ପଷ୍ଟ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ