ନୂଆଦିଲ୍ଲୀ ୦୯/୦୮: ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ୧୮ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ପ୍ରଥମ ଥର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି ଏକନାଥ ସିନ୍ଦେ। ଗତ କିଛି ଦିନ ହେଲାଣି ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ଆଜି ସିନ୍ଦେ ନିଜ କ୍ୟାବିନେଟର ସମ୍ପ୍ରସାରଣ କରିଛନ୍ତି। ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ବିଜେପିରୁ ୯ ଜଣ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ୯ ଜଣ ରହିଛନ୍ତି । ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବସୀ ଓ ଏନସିପି ନେତା ଅଜିତ ପାଓ୍ୱାର ଉପସ୍ଥିତ ଥିଲେ ।
ମହାରାଷ୍ଟ୍ର କ୍ୟାବିନେଟର ସଂପ୍ରସାରଣ : ଶପଥ ନେଲେ ୧୮ ମନ୍ତ୍ରୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ