ମୁମ୍ଵାଇ ୦୩।୧୧: ନିକଟରେ ବଲିଉଡର ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ରାମ ସେତୁ ରିଲିଜ୍ ହୋଇଥିଲା । ତାହାକୁ ନେଇ ଖୁବ୍ ଆଲୋଚନା ପାଲଟିଥିଲା। କଲେକସନ ବିଷୟରେ କହିବାକୁ ଗଲେ ଅଜୟ ଦେବଗନଙ୍କ ଫିଲ୍ମ ଥାଙ୍କ ଗଡ୍କୁ ଟକ୍କର ଦେଇଥିଲା । ହେଲେ ବଜେଟ୍ ଅନୁଯାୟୀ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଏହି ସମୟରେ ଅକ୍ଷୟ ପ୍ରଶଂସକଙ୍କୁ ଆଉ ଏକ ସରପ୍ରାଇଜ୍ ଦେଇଛନ୍ତି। ଯାହାକୁ ଶୁଣି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ସେ ତାଙ୍କର ପ୍ରଥମ ମରାଠୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଛନ୍ତି। ଅକ୍ଷୟ କୁମାର ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ‘ବେଡାତ ମରାଠେ ବୀର ଦୌଲାତ୍ ସାତ୍’ ସହିତ ମରାଠୀ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହାସିକ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଏକ ଇଭେଣ୍ଟ ଆୟୋଜିତ ହୋଇଥିଲା। ଯେଉଁଥିରେ ସଲମାନ ଖାନ ମଧ୍ୟ ନଜର ଆସିଥିଲେ।
ମରାଠୀ ଡେବ୍ୟୁ କରିବେ ଅକ୍ଷୟ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ