କେନ୍ଦୁଝର : ମରଣ ସହ ଲଢ଼ୁଛି ମାତ୍ର ୯ ଦିନର ଛୁଆ। ପୁଅର ସୁସ୍ଥତା ପାଇଁ ମା’ ଦିନ ରାତି ଆଖିରୁ ଲୁହ ଗଡ଼ାଇବା ସହ ସାହାଯ୍ୟ ପାଇଁ ହାତ ପତାଉଛି। ହେଲେ ଏପରି ଅସମୟରେ ବି ଧରାଛୁଆଁ ଦେଉନି ସ୍ୱାମୀ। ସ୍ତ୍ରୀର କାକୁତି ମିନତି ପରେ ବି ନିଜ ଛୁଆ ବି ତରଳୁନି ନିର୍ଦ୍ଦୟ ବାପାର ହୃଦୟ । ପିଲାଟିର ଅବସ୍ଥା ସଙ୍କଟାପନ୍ନ ଥିବା ଜାଣି ବି ଆସିବା ନାଁ ଧରୁନି। ଏପରି ଅଭାବନୀୟ ତଥା ଅମାନବୀୟ ଘଟଣା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ଯୋଡା ବ୍ଲକ ବଡ଼ବିଲ ସହରର ୪ ନମ୍ବର ୱାର୍ଡ ଶ୍ରୀରାମପୁରର ଚାନ୍ଦିନୀ ପାତ୍ର ଉକ୍ତ ଅଞ୍ଚଳର ଅଭିଷେକ ଜଗଦେବଙ୍କୁ ପ୍ରେମ ବିବାହ କରିଥିଲେ। ନିଜ ଘର ଲୋକେ ବିରୋଧ କରିବାରୁ ଚାନ୍ଦିନୀଙ୍କୁ ନେଇ ଭଡା ଘରେ ରହୁଥିଲେ । ଇତି ମଧ୍ୟରେ ଚାନ୍ଦିନୀ ଗର୍ଭବତୀ ଥିବା ବେଳେ ପ୍ରସବ ବେଦନା ହେବାରୁ ଆଶା ଦିଦି ଗତ ୯ ଦିନ ତଳେ ଚମ୍ପୁଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ପ୍ରସବ ହୋଇ ନ ପାରିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚାନ୍ଦିନୀଙ୍କର ପୁତ୍ର ସନ୍ତାନଟିଏ ଜନ୍ମ ହୋଇଥିଲା। ହେଲେ ଖବର ପାଇବା ପରେ ମଧ୍ୟ ଅଭିଷେକ ଜଗଦେବଙ୍କ ଦେଖା ମିଳି ନ ଥିଲା । ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ SNCUରେ ଭର୍ତ୍ତି କରାଯାଇଛି। ଏପରି ସମୟରେ ଜଗଦେବ ତାଙ୍କ ପାଖରେ ନ ଥିବାରୁ ସେ ନିଜକୁ ଖୁବ୍ ଏକାକୀ ଅନୁଭବ କରିବା ସହ ଭାଙ୍ଗି ପଡ଼ୁଛନ୍ତି। ଏପରିକି ଫୋନ୍ କରିବାକୁ ମେଡିକାଲ ଆସିବାକୁ ସ୍ୱାମୀଙ୍କ ନିକଟରେ କାକୁତି ମିନତି ହେଉଥିବା ବେଳେ କଠୋର ହୃଦୟ ଜଗଦିଶ କିନ୍ତୁ ତରଳୁ ନାହାନ୍ତି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁଟିର ଅବସ୍ଥା ନ ସୁଧୁରିବାରୁ ତାକୁ ଆଜି ସକାଳେ କଟକ ସ୍ଥାନାନ୍ତର କରାଯାଇଛି। ପିଲାଟି ସହ ଚାନ୍ଦିନୀ ଏକାକୀ କଟକ ଯାଇଥିବା ବେଳେ ଅଭିଷେକ କିନ୍ତୁ ଧରାଛୁଆଁ ଦେଉ ନାହାନ୍ତି। ଏପରିକି ଫୋନ୍ କରି କହିବାରୁ ସେ ଚାନ୍ଦିନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜେଲ୍ ଯିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ହେଲେ ପତ୍ନୀ ଓ ପିଲାଙ୍କୁ ଗ୍ରହଣ କରିବେନି ବୋଲି ରୋକଠୋକ ଭାବେ ଶୁଣାଇ ଦେଇଛନ୍ତି। ଖବର ପାଇ କିଛି ସ୍ୱେଚ୍ଛାସେବୀ ଚାନ୍ଦିନୀଙ୍କୁ ସହଯୋଗର ହାତ ବଢ଼ାଇବା ସହ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।
ମରଣ ସହ ଲଢ଼ୁଛି ୯ ଦିନର ଛୁଆ; ଲୁହ ଗଡ଼ାଉଛି ମା’, ଧରା ଦେଉନି ବାପା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ