Headlines Odisha Tv

An Odia News Portal

ମନେ ପଡ଼ିବେ ଯବାନ

ନୂଆଦିଲ୍ଲୀ, ଅକ୍ଟୋବର ୧୨ : ଜମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ ସୋମବାର ସକାଳୁ ଅଶୁଭ ଖବର ଆସିଥିଲା, ଯେତେବେଳେ ଆତଙ୍କବାଦୀଙ୍କ ସହିତ ଏନକାଉଣ୍ଟର ଚାଲିଥିବା ବେଳେ ୫ ଜଣ ଯବାନ ସହିଦ ହୋଇଥିଲେ। ଦେଶବାସୀ ଏହି ଘଟଣାକୁ ଭୁଲିପାରିବେ ନାହିଁ। ଯେଉଁ ୫ ଜଣ ଯବାନ ସହିଦ ହୋଇଥିଲେ ସେଥିରେ ଜଣେ ଜୁନିଅର କମିଶନ୍ସଣ୍ଡ ଅଫିସର (ଜେସିଓ) ମଧ୍ୟ ସାମିଲ ଥିଲେ। 

ଆତଙ୍କବାଦୀମାନଙ୍କ ଗତିବିଧି ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭୋର ସକାଳୁ ସୁରକ୍ଷା ବାହିନୀର ଯବାନମାନେ ଡିକେଜି ନିକଟବର୍ତ୍ତୀ ଏକ ଗାଁରେ ଅଭିଯାନ ଆରମ୍ଭ କରିଥିଲେ। ସେନା ସଂପୃକ୍ତ ଅଂଚଳକୁ ଘେରା ବନ୍ଦୀ କରିଦେଇଥିଲେ। ଗୁଳି ବିନିମୟ ସମରେ ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦ ଯବାନମାନେ ହେଲେ ଗଜ୍ଜନ ସିଂହ, ବୈଶାଖ ଏଚ୍‌, ଜସବିନ୍ଦର ସିଂହ, ମନଦୀପ ସିଂହ ଓ ସରଜ ସିଂହ। ଏମାନେ ସହିଦ ହୋଇଯିବା ଖବର ଦେଶବାସୀଙ୍କୁ ଆଘାତ ଲାଗିଛି। ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନ ନାୟବ ସୁବେଦାର ଜସବିନ୍ଦର ସିଂହ, ମନଦୀପ ସିଂହ ଓ ସିପାହୀ ଗଜ୍ଜନ ସିଂହଙ୍କ ଶୋକ ସନ୍ତପ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଓ ପରିବାରର ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ସରକାରୀ ଚାକିରୀ ଦେବାକୁ ଘୋଷଣା କରିଛନ୍ତି। 

ସହିଦ ଯବାନ ନାୟକ ସୁବେଦାର ଜସବିନ୍ଦିର ସିଂହ ହେଉଛନ୍ତି ହରଭଜନ ସିଂହଙ୍କ ପୁଅ। ସେ ମନନ ତଳବଣ୍ଡି ନିବାସୀ ଅଟନ୍ତି। ଜମୁ କଶ୍ମୀରରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ସହିଦ ହୋଇଛନ୍ତି। ଜସବିନ୍ଦରଙ୍କ ଘରେ ୨ ଭାଇ ଓ ତାଙ୍କାର ପିତାଙ୍କ ମୃତ୍ୟୁ ହୋଇସାରିଛି। ସେ ଜଣେ କ୍ୟାପଟେନ ଭାବେ ସେନାରୁ ଅବସର ନେଇଥିଲେ। ବଡ଼ ଭାଇ ରାଜିନ୍ଦର ସିଂହ ମଧ୍ୟ ପୂର୍ବରୁ ସେନାରେ ଯୋଗ ଦେଇଥିଲେ। ନାୟକ ଜସବିନ୍ଦର ବିବାହିତ ଥିଲେ। ତାଙ୍କର ପତ୍ନୀ ସୁଖପ୍ରୀତ କୌରଙ୍କ ୨ ପୁଅ ଅଛନ୍ତି। 

ସହିଦ ମନଦୀପ ସିଂହଙ୍କ ୩୯ ଦିନର ପୁଅ। ମନଦୀପଙ୍କ ବୟସ ୩୦ ବର୍ଷ ଥିଲା। ପଂଜାବର ଗୁରଦାସପୁର ଜିଲ୍ଲା ଚଟ୍‌ଠା ଗାରେ ମନଦୀପ ଜନ୍ମଗ୍ରହଣ କରିଥିଲେ। ସହିଦ ମନଦୀପ ସିଂହ ନିଜର ବୃଦ୍ଧା ମା’ ମନଜୀତ କୌର, ପତ୍ନୀ ମନଦୀପ କୌର ଓ ୨ ପୁଅକୁ ଛାଡ଼ି ଯାଇଛନ୍ତି। ତାଙ୍କର ବଡ଼ ପୁଅକୁ ୪ ବର୍ଷ ବର୍ଷ ହେଉଥିବା ବେଳେ ସାନପୁଅକୁ ୩୯ ଦିନ ବୟସ ହେଉଛି। 

ଆତଙ୍କବାଦୀଙ୍କ ଗୁଳିରେ ସହିତ ହେଉଥିବା ସେନାର ଅନ୍ୟ ସଦସ୍ୟ ହେଉଛନ୍ତି ଗଜ୍ଜନ ସିଂହ। ସେ ରୁପନଗର ଜିଲ୍ଲାର ପରରନ୍ଦା ଗାଁରେ ଜନ୍ମଗ୍ରହଣ କରିଥିଲେ। ୪ମାସ ପୂର୍ବରୁ ବିବାହ କରିଥିଲେ। ଉତ୍ତର ପ୍ରଦେଶର ଶାହଜହାଁପୁର ଜିଲ୍ଲାର ବାଦପୁରା ଗାଁରେ କୋଳାହଳ ଶୁଭୁନାହିଁ। କାରଣ ଏହି ଗାଁର ପୁଅ ସରଜ ସିଂହଙ୍କ ସୋମବାର ଏନକାଉଣ୍ଟରରେ ସହିଦ ହୋଇଛି। ସେହିପରି କେରଳର ନିବାସୀ ବୈଶାଖକୁ ଗାଁ ଲୋକେ ଭୁଲି ପାରୁ ନାହାନ୍ତି। ଏଚ୍‌ କୋଲମ ଜିଲ୍ଲାର ବୈଶାଖ ବଳ ଲଗାଇ ଆତଙ୍କବାଦୀଙ୍କ ସହିତ ଲଢ଼େଇ କରିଥିଲେ।