ପୁରୀ ୧୮।୦୭ : ପୁଣି ମାଛ ମଡକ । ପୁରୀ ମଙ୍ଗଳା ମୁହାଣ ବେଳାଭୂମିରେ ଦେଖିବାକୁ ମିଳିଛି ମାଛ ମଡକ। ଗୋଟିଏ କି ଦୁଇଟି ନୁହେଁ ଶହ ଶହ ସଂଖ୍ୟାରେ ମେଞ୍ଜିଆ ଓ ପଥରମୁଣ୍ଡି. ମାଛ ମରି ପଡିଥିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ମଙ୍ଗଳାଘାଟରୁ ଆସୁଥିବା ଡ୍ରେନ୍ ପାଣି ମଙ୍ଗଳା ମୁହାଣରେ ମିଶିବା ସହ ଏହା ସିଧାସଳଖ ସମୁଦ୍ର ଭିତରକୁ ପ୍ରବେଶ କରୁଛି। ଯାହା ଫଳରେ ମଙ୍ଗଳା ମୁହାଣ ପାଣି ବିଷାକ୍ତ ହେବା ଯୋଗୁଁ ଶହ ଶହ ସଂଖ୍ୟାରେ ମାଛ ମରି ପଡୁଥିବା ଅଭିଯୋଗ ହୋଇଛି। ପାଣି ଭିତରେ ଏବଂ ମୂହାଣ ପାଖ ବାଲିରେ ଅଧିକାଂଶ ମାଛ ମରି ପଡ଼ିଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ତେବେ ମୁହାଣରେ ଏଭଳି ମାଛ ମଡକ ନେଇ ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଦୂଷିତ ପାଣି କାରଣରୁ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ସେହିପରି ଲଘୁଚାପ ଜନିତ ବର୍ଷା କାରଣରୁ ନଦୀ ପାଣି ସମୁଦ୍ରକୁ ନିଷ୍କାସିତ ହୋଇପାରୁନଥିବାରୁ ମାଛ ମରି ପାଣିରେ ଭାସୁଥିବା ଅନୁମାନ କରାଯାଉଛି।
ମଙ୍ଗଳା ମୁହାଣରେ ପୁଣି ମାଛ ମଡ଼କ, ଶହ ଶହ ସଂଖ୍ୟାରେ ଭାସୁଛନ୍ତି ମାଛ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ