ଅହମଦାବାଦ, ଡିସେମ୍ବର ୨୨ : ଗୁଜରାଟରେ ପଞ୍ଚାୟତ ନିର୍ବାଚନ ସରିଛି। ମଙ୍ଗଳବାର ସକାଳ ୯ଟାରୁ ମତଗଣନା ଆରମ୍ଭ ହୋଇଥିଲା ବେଳେ ରାତି ୯ଟା ସୁଦ୍ଧା ୮୬୮୬ଟି ଗ୍ରାମପଞ୍ଚାୟତରୁ ୬୪୮୧ଟି ସ୍ଥାନରେ ଫଳାଫଳ ଘୋଷଣା କରାଯାଇଛି। ମୋଟ ୧.୮୧ କୋଟି ଲୋକଙ୍କ ମଧ୍ୟରୁ ୧.୪୨ କୋଟି ମତଦାନ କରିଥିଲେ। ଗୁଜରାଟର ବାପି ଜିଲ୍ଲାରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଛି। ସନ୍ତୋଷ ଭାଇ ନାମରେ ଜଣେ ସରପଞ୍ଚ ପ୍ରାର୍ଥୀ ନିର୍ବାଚନରେ ହାରିବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅସଲ କଥା ହେଲା ଯେ, ସନ୍ତୋଷ ନିର୍ବାଚନରେ ସନ୍ତୋଷ ସରପଞ୍ଚ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିଲେ। ଛରୱାଲର ପଞ୍ଚାୟତରେ ସେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତାଙ୍କର ଆଶା ଥିଲା ଯେ, ଅନ୍ୟମାନଙ୍କ ଭଳି ତାଙ୍କର ପରିବାର ଲୋକେ ମଧ୍ୟ ତାଙ୍କୁ ଭୋଟ ଦେବେ। କିନ୍ତୁ ତାହା ହୋଇନାହିଁ ବୋଲି ଚର୍ଚ୍ଚା ହେଉଛି। ତାଙ୍କର ପରିବାରର ୧୨ ଜଣଙ୍କ ମଧ୍ୟରୁ କେବଳ ଜଣେ ମାତ୍ର ତାଙ୍କୁ ଭୋଟ ଦେଇଥିଲେ। ଭୋଟ ଗଣତି ସମୟରେ ସନ୍ତୋଷ ହଲପତି ଭାବୁକ ହୋଇଯାଇଥିଲେ। ସେ କାନ୍ଦି ପକାଇଥିଲେ। ସନ୍ତୋଷ କହିଛନ୍ତି, ମୋର ପରିବାର ଲୋକେ ମୋତେ ଭୋଟ ଦେଲେ ନାହିଁ।
ଭୋଟ ଦେଲେନି ପରିବାରର ଲୋକେ! ଫଳାଫଳ ଆସିଲା ପରେ କାନ୍ଦିଲେ ସରପଞ୍ଚ ପ୍ରାର୍ଥୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ