Headlines Odisha Tv

An Odia News Portal

ଭୋଗରାଇ ଜଗନ୍ନାଥ ମନ୍ଦିରରୁ ଲୁଟ୍‌

ଭୋଗରାଇ ୧୫।୦୩ : ଜଗନ୍ନାଥ ମନ୍ଦିରରୁ ଚୋରି। ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହିତ ଦାନ ହୁଣ୍ଡି, ବସ୍ତ୍ର, ମୁକୁଟ । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ରସିଦପୁର କୃପାକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି ।  ପୂଜକ ସକାଳ ଆରତୀ ପାଇଁ ମନ୍ଦିର ଆସିଥିବା ବେଳେ ସମସ୍ତ କବାଟ ଖୋଲା ପଡିଥିବା ଦେଖିଥିଲେ । ସେ ମନ୍ଦିର ଭିତରେ ପ୍ରବେଶ  କରି ଦେଖିଲା ବେଳକୁ ୩ ଠାକୁର ପିନ୍ଧିଥିବା ସମସ୍ତ ସୁନା ରୁପା ଗହଣା ସହିତ ୨ଟି ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି ଲୁଟେରା। ତେବେ ମନ୍ଦିରରୁ ଲୁଟ୍‌ ହୋଇଥିବା ନେଇ ପୂଜକ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି  ତଦନ୍ତ ଜାରି ରଖିଛି।

You may have missed

1 min read
1 min read