ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ମିଆଁମାର ସମେତ ଭାରତର ଉତ୍ତରପୂର୍ବ ରାଜ୍ୟ। ଶୁକ୍ରବାର ଭୋର ୩ .୫୨ ସମୟରେ ମ୍ୟାନ୍ମାରରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଛି। ଏହାର ଝଟ୍କା ଭାରତର ଉତ୍ତରପୂର୍ବ ରାଜ୍ୟ ଆସାମ, ମଣିପୁର ଏବଂ ମେଘାଳୟକୁ ବି ଲାଗିଥିଲା। ମିଆଁମାର ବର୍ମାର ୧୬୨ କିମି ଦୂରରେ ୧୪୦ କିମି ଗଭୀରରେ ଏହାର କେନ୍ଦ୍ର ସ୍ଥଳ ରହିଥିଲା। ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଗତକାଲି ମଧ୍ୟ ଭାରତର କିଛି ସ୍ଥାନରେ ୪.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଆଣ୍ଡାମାନ ଓ ନିକୋବାର ଦ୍ୱୀପର ଦିଗ୍ଲୀପୁର ଠାରୁ ୧୫୦ କିମି ଉତ୍ତର ଆଡ଼କୁ ଏହି ଭୂମିକମ୍ପ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଭୂମିକମ୍ପରେ ଥରିଲା ମିଆଁମାର

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ