Headlines Odisha Tv

An Odia News Portal

ଭୁଶୁଡ଼ିପଡ଼ିବ କି ଆଇଗିଣିଆ-ପାତ୍ରପଡ଼ା ଓଭରବ୍ରିଜ ? ଗାଡି ଯିବା ବେଳେ ଖସୁଛି ଖଣ୍ଡ ଖଣ୍ଡ ଇଟା

ଭୁବନେଶ୍ୱର ୨୨।୦୬:  ଭୁଶୁଡ଼ିପଡ଼ିବ କି ଆଈଗିଣିଆ ପାତ୍ରପଡ଼ା ଓଭରବ୍ରିଜ ? ବିପଦ ସଙ୍କୁଳ ଅବସ୍ଥାରେ ଆଈଗିଣିଆ ପାତ୍ରପଡ଼ା ଓଭର ବ୍ରିଜ । ଅପ୍ରୋଚ୍ ରୋଡ ତିଆରି ବେଳେ ଭାଙ୍ଗିଯାଇଛି ଓଭର ବ୍ରିଜ । ଜାତୀୟ ରାଜପଥ ନିଜେ କରୁଛି ଅପ୍ରୋଚ୍ ରୋଡ । ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବା ବେଳେ ଏମ୍ସ ହସପିଟାଲ ଛକରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ଓଭର ବ୍ରିଜ ଉପରେ ଗାଡ଼ି ଯିବା ବେଳେ ଖଣ୍ଡ ଖଣ୍ଡ ହୋଇ ଗଳୁଛି ସିମେଣ୍ଟ ଇଟା, ଚିପ୍ସ ଓ ମୋରମ । ଦୁଇ ଦିନ ହେଲାଣି ଘଟିଛି ଘଟଣା । ୨୦ ଫୁଟ ଓସାରର ଅତଡ଼ା ଖସିପଡ଼ିଛି । ଜାତୀୟ ରାଜପଥ ବିଭାଗ ଗ୍ରୀନ ମ୍ୟାଟ ଢ଼ାଙ୍କିବା ଛଡା ଆଉ କିଛି ପଦକ୍ଷେପ ନେଇନାହିଁ । ଚିରାଚରିତ ଭାବେ ଶହ ଶହ ଗାଡି ଚଳାଚଳ କରୁଛି। ତେବେ ଦୁର୍ଘଟଣା ଘଟିଲେ ଦାୟୀ ହେବ କିଏ ?

You may have missed

1 min read
1 min read