ଭୁବନେଶ୍ବର : ଭୁବନେଶ୍ବର କ୍ଲବର କର୍ମକର୍ତ୍ତା ନିର୍ବାଚନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ରବିବାର ଶେଷ ହୋଇଛି । ଦୁଇ ଦିନରେ ମୋଟ୍ ୧୨୬୯ଜଣ ମତଦାନ କରିଥିବା ବେଳେ ସୋମବାର ଅପରାହ୍ଣରେ ଭୋଟ୍ ଗଣତି ହେବ ବୋଲି ଜଣାପଡ଼ିଛି । କ୍ଲବର ନିର୍ବାଚନ ପାଇଁ ୫ଟି ବୁଥ୍ ହୋଇଥିବା ବେଳେ ୫ଟି ଲେଖାଏଁ ବାଲାଟ୍ ପେପର୍ ହୋଇଥିଲା । ସଦସ୍ୟମାନେ ପ୍ରାର୍ଥୀଙ୍କ ନାମ ନିକଟରେ କ୍ରସ୍ ଚିହ୍ନ ମାରି ଭୋଟ୍ ଦେଇଥିଲେ । ନିର୍ବାଚନ ସରିବା ପରେ ଜଉମୁଦ ଦେଇ ଭୋଟ୍ ବାକ୍ସଗୁଡ଼ିକୁ ସିଲ୍ କରାଯାଇଛି । ଏହାକୁ ଆଜି ଅପରାହ୍ଣରେ ଖୋଲାଯିବ । ଦୀର୍ଘ ବର୍ଷ ପରେ ସଭାପତି ପଦ ପାଇଁ ଭୋଟିଂ ହେଉଥିବାରୁ କିଏ ବାଜି ମାରୁଛନ୍ତି ତାହାକୁ ଅପେକ୍ଷା ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା