ଭୁବନ ୨୫/୧୦: ଭୁବନ ଅଞ୍ଚଳରେ ପାଞ୍ଚ ଟିକିଆ ହାତୀଙ୍କ ଉପଦ୍ରବ । ହାତୀ ଘଉଡାଇବାକୁ ଭୁବନ ବନ ବିଭାଗର ଉଦ୍ୟମ । ମଙ୍ଗଳବାରଠାରୁ ଭୁବନ ବନାଞ୍ଚଳ ଅନ୍ତର୍ଗତ ଭୁଷଳ ଗ୍ରାମ ନିକଟ ନଦୀ ପଠା ଆଖୁ କିଆରୀରେ ଜଙ୍ଗଲି ହାତୀଙ୍କୁ ଦେଖି ବନ ବିଭାଗକୁ ଖବର ଦିଆଯାଇଥିଲା । ଭୁବନ ବନବିଭାଗ ହାତୀମାନଙ୍କର ଗତୀବିଧିକୁ ଲକ୍ଷ ରଖି ଗତକାଲି ରାତିରୁ ହାତୀ ଘଉଡାଇବା ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ ରାତି ତମାମ ହାତୀ ପଛରେ ପଡିଥିଲେ ଭୁବନ ବନବିଭାଗର କର୍ମୀମାନେ । ତେବେ ବହୁ ଉଦ୍ୟମ ପରେ ଭୁବନ ବନାଞ୍ଚଳ ଅନ୍ତର୍ଗତ କିଙ୍ଗୋଳ ଗ୍ରାମ ଶିବ ମନ୍ଦିର ନିକଟ ବ୍ରାହ୍ମଣୀ ନଦୀପଠାରେ ହାତୀମାନେ ରହିଥିଲେ । ସକାଳ ହେବାରୁ ହାତୀ ପଲ ନଦୀପଠାରେ ଥିବା କାଜୁ ଜଙ୍ଗଲରେ ରହିଥିଲେ । ତେବେ ପୁଣିଥରେ ହାତୀ ଘଉଡାଇବା ଜାରି ରଖିଛି ବନବିଭାଗ । ଏହି ପାଞ୍ଚ ଟିକିଆ ହାତୀପଲରେ ତିନୋଟି ବଡ ହାତୀ ଥିବାବେଳେ ଦୁଇଟି ଛୁଆ ହାତୀ ରହିଥିବା ଦେଖିବାକୁ ମିଳିଛି ।
ଭୁବନରେ ପାଞ୍ଚ ଟିକିଆ ହାତୀପଲ ଉପଦ୍ରବ, ଚିନ୍ତାରେ ଚାଷୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ