Headlines Odisha Tv

An Odia News Portal

ଭିିସା ଅବଧି ସରିଥିବା ୩ ବିଦେଶୀ ଗିରଫ, ପୁଲିସ ଉପରେ ହମ୍‌ଲା

ନୂଆଦିଲ୍ଲୀ: ଭିସା ଅବଧି ସରିଥିବା ୩ ବିଦେଶୀଙ୍କୁ ଗିରଫ କରିବାକୁ ଯାଇଥିବା ନାର୍କୋଟିକ୍ସ ସ୍କ୍ୱାଡ ଟିମ୍ ଓ ପୁୂଲିସ ଉପରେ ହମ୍‌ଲା। ଦକ୍ଷିଣ ଦିଲ୍ଲୀର ରାଜୁ ପାର୍କ ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ଏଠାରେ ତିନି ଜଣ ଦକ୍ଷିଣ ଆଫ୍ରିକାର ବାସିନ୍ଦା ରହୁଥିଲେ। ସେମାନଙ୍କ ଭିସା ଅବଧି ସରିଥିବା ଜାଣିବା ପରେ ନାର୍କୋଟିକ୍ସ ଟିମ୍ ଓ ପୁଲିସ ସେମାନଙ୍କୁ ଧରିବାକୁ ଯାଉଥିଲା। ଏହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ପରେ ପୁଲିସର ଆଉ ଏକ ଟିମ୍ ପହଞ୍ଚି ଉକ୍ତ ତିନି ଜଣଙ୍କ ସମେତ ଆଉ ଜଣେ ବିଦେଶୀଙ୍କୁ ମଧ୍ୟ ଗିରଫ କରିଛି। ସୂଚନା ମୁତାବକ, ଗତକାଲି ନାର୍କୋଟିକ୍ସ ସ୍କ୍ୱାଡର ଏକ ଟିମ ରାଜୁ ପାର୍କ ଯାଇଥିଲା। ସେଠାରେ ଟିମ୍ ଆଫ୍ରିକାରୁ ଆସିଥିବା ୩ ଏଭଳି ଲୋକଙ୍କୁ ଧରିଥିଲା ଯେଉଁମାନଙ୍କ ଭିସା ମିଆଦ ସରିଯାଇଥିଲା। ଏହି ସମୟରେ ୧୦୦ରୁ ଅଧିକ ଆଫ୍ରିକୀୟ ଲୋକ ଏକାଠି ହୋଇ ପୁଲିସ ଟିମ୍ ଉପରେ ଆକ୍ରମଣ କରିଥିଲେ ଓ ତିନି ବିଦେଶୀଙ୍କୁ ନାର୍କେଟିକ୍ସ ସ୍କ୍ୱାର୍ଡ ଟିମ୍‌ର ହେପାଜତରୁ ଛଡାଇ ନେଇଥିଲେ। ପରେ ଉଦ୍ଧାର ହୋଇଥିବା ଅଭିଯୁକ୍ତ ଫିଲିପଙ୍କୁ ପୁଲିସ ଗିରଫ କରିଥିଲା। ଏହା ପରେ ନବସରାଇ ପୁଲିସ ଷ୍ଟେସନ ଏବଂ ନାର୍କୋଟିକ୍ସ ସ୍କ୍ୱାଡ୍‌ର ଟିମ୍ ଯାଇ ୪ ଆଫ୍ରିକୀୟ ନାଗରିକଙ୍କୁ ଗିରଫ କରିଥିଲା। ଏହି ସମୟରେ, ପୁନର୍ବାର ୨୦୦ ଆଫ୍ରିକୀୟ ନାଗରିକ ଏକାଠି ହୋଇଥିଲେ, କିନ୍ତୁ ପୁଲିସ୍ ଟିମ୍ କୌଣସି ପ୍ରକାରେ ଗିରଫ ଅଭିଯୁକ୍ତଙ୍କୁ ଥାନାକୁ ଆଣିଥିଲେ। ଏହି ମାମଲାରେ ପୁଲିସ ଆଇନଗତ କାର‌୍ୟ୍ୟାନୁଷ୍ଠାନ ଜାରି ରଖିଛି।