କେନ୍ଦ୍ରାପଡା, ଅଗଷ୍ଟ ୨୩ : ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ । ଆଜିଠାରୁ ଭିତର କନିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏହି ଗଣନା କାର୍ଯ୍ୟ ୭ଦିନ ଯାଏ ଚାଲୁ ରହିବ । ଏନେଇ କନିକା ରେଞ୍ଜ ଅଫିସର ମାସ ଦାସ ସୂଚନା ଦେଇଛନ୍ତି । ପକ୍ଷୀ ଗଣନା ପାଇଁ ଦୁଇଟି ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୭ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ତେବେ ବର୍ଷା ଋତୁର ଆଗମନରେ ଦେଶର କୋଣ ଅନୁକୋଣରୁ ଅନେକ ପକ୍ଷୀ ନିଜର ବଂଶ ବିସ୍ତାର କରିବାକୁ ଭିତର କନିକାକୁ ଆସିଥାନ୍ତି । ଗେଣ୍ଡାଳିଆ, ରାଣୀ ବଗ, ମାଝିଆ ବାଗ, ଛୋଟ ବଗ, ଖଇରା ବଗ, ଅଞ୍ଜନା ବା ମାଟିଆ ବଗ, ପାଣି କୁଆ, ଅନ୍ଧାରିଆ ବଗ, ଦାଆଁବେଟିଆ, କାପର ଖାଇ ଆଦି ବିଭି୍ନ୍ନ ପ୍ରଜାତିର ପକ୍ଷୀ ଭିତର କନିକାକୁ ଆସିବା ସହ ଗଛମାନଙ୍କରେ ବସା ବାନ୍ଧିଥାନ୍ତି ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l