ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
କୁନ୍ଦୁରା ୨୭/୯ ( ହେ.ଓ) କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ କାର୍ଯ୍ୟରତ ଥିବା ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଏବେ ଭିଜିଲାନ୍ସ ଜାଲରେ। ଗାଇଗୁହାଲ ବିଲ ପାସ କରିଦେବାକୁ ଜଣେ ହିତାଧିକାରୀଙ୍କ ଠାରୁ ପାଞ୍ଚ ହଜାର ଟଙ୍କାଲାଞ୍ଚ ନେଉଥିବା ବେଳ ଜୟପୁର ଭିଜିଲାନ୍ସ ଟିମ ମାଡ଼ି ବସିଥିଲେ। କୁନ୍ଦୁରା ବ୍ଲକ ଅଧିନସ୍ଥ ଆସନା , ଫୁଲଭଟା , ମସିଗାଁ , ଦିଗାପୁର ଓ ଘୁମର ଗ୍ରାମ ପଞ୍ଚାୟତରେ ଭାନୁମତୀ ଟୁଡୁ ସହକାରୀ ଯନ୍ତ୍ରୀ ଦାୟୀତ୍ଵରେ କାର୍ଯ୍ୟରତ ଥିଲେ। ତେବେ ଭାନୁମତୀ ଟୁଡୁ ପୂର୍ବରୁ ଦୁର୍ନୀତିରେ ଲିପ୍ତ ଥିବା ନେଇ ଭିଜିଲାନ୍ସ ବିଭାଗୀୟଙ୍କ ପାଖରେ ସୂଚନା ରହିଥିବା ବେଳେ ଆଜି ଜଣେ ହିତାଧିକାରୀଙ୍କ ଠାରୁ ଗାଇଗୁହାଲ ବିଲ ପାସ କରିଦେବା ନେଇ ହିତାଧିକାରୀଙ୍କ ଠାରୁ ପାଞ୍ଚ ହଜାର ଟଙ୍କାଲାଞ୍ଚ ନେଉଥିବା ବେଳ ଜଯପୁର ପାଞ୍ଚ ଜଣିଆ ଭିଜିଲାନ୍ସ ଟିମ କୁନ୍ଦୁରା ପହଞ୍ଚି ଟୁଡୁଙ୍କୁ ମାଡ଼ି ବସିଥିଲେ । ତେବେ ଟୁଡୁଙ୍କ ନାମରେ କେସ ନ. ୧୯ ତ ୨୬ /୦୯ /୨୦୨୪ ୟୁ /ଏସ ଏକ କେସ ମାମଲା ଋଜୁକରି ଭିଜିଲାନ୍ସ ଟିମ ତଦନ୍ତ ଜାରି ରଖିଛି । ସୁନା ବେଡ଼ା ସ୍ଥିତ ଟୁଡୁଙ୍କ ବାସଭବନରେ ଚଡାଉ ଜାରି ରଖିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ରହିଛି।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା