ଲଣ୍ଡନ,୧୨/୦୭: ମଙ୍ଗଳବାର ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଟି-ଟ୍ୱେଣ୍ଟି ସିରିଜକୁ ୨-୧ରେ ଜିତିବା ପରେ ଭାରତର ନଜର ଏବେ ଦିନିକିଆ ସିରିଜ ଉପରେ । ଓଭାଲ ଗ୍ରାଉଣ୍ଡରୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ପାଇଁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ପ୍ରସ୍ତୁତ ରହିଛି । ଆସନ୍ତା ବର୍ଷ ରହିଛି ଦିନିକିଆ ବିଶ୍ୱକପ୍ । ଏବେଠୁ ଉପଯୁକ୍ତ ଦଳ ପ୍ରସ୍ତୁତ କରିବାର ସମୟ । ତେଣୁ ଭାରତ ଏକାଦଶ ଚୟନକୁ ନେଇ ପରୀକ୍ଷା ନୀରିକ୍ଷା କରିବା ନିଶ୍ଚିତ । ଘରୋଇ ଇଂଲଣ୍ଡ ବେଶ୍ ଶକ୍ତିଶାଳୀ । ସେମାନେ ବିଶ୍ୱ ଚାମ୍ପିଅନ । ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜ ପୂର୍ବରୁ କିଛି ଦିଗରେ ଭାରତ ନଜର ଦେବା ସ୍ୱାଭାବିକ । ବିଶେଷ କରି ବ୍ୟାଟିଂ ବିଭାଗକୁ ନେଇ ଅନେକ ତର୍ଜମା ହେବ ।
ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ : ଟି୨୦ ସିରିଜ୍ ବିଜୟ ପରେ ଭରପୁର ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ