Headlines Odisha Tv

An Odia News Portal

ଭାରତୀୟ ନୌସେନାରେ ସାମିଲ ହେଲା କଲବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ 

ମୁମ୍ବାଇ: ଆଜି ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ୱାଗିର୍‌’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ‘ଆଇଏନ୍‌ଏସ୍‌ ୱାଗିର୍‌’ ନୌସେନାର ‘ଆଇଏସ୍‌ଆର୍‌’ ଓ ସ୍ବତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ।ଫରାସୀ ବୈଷୟିକ ଜ୍ଞାନକୌଶଳରେ ମୁମ୍ବାଇସ୍ଥିତ ମାଜାଗାଓଁ ଡକ୍‌ ସିପ୍‌ବିଲ୍‌ଡର୍ସ ଲିମିଟେଡ୍‌ଦ୍ବାରା ନିର୍ମିତ ‘ଆଇଏନ୍‌ଏସ୍‌ ୱାଗିର୍‌’ର ସାମିଲ ଉତ୍ସବରେ ‘ଚିଫ୍‌ ଅଫ୍‌ ନାଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ ଆର୍‌ ହରି କୁମାର ଯୋଗ ଦେଇଥିଲେ।ଏ ସଂକ୍ରାନ୍ତରେ ବିବୃତି ଦେଇ ନୌସେନା କହିଛି, ଶତ୍ରୁକୁ ଘଉଡ଼ାଇ ଭାରତର ସାମୁଦ୍ରିକ ସ୍ବାର୍ଥ ସୁଦୃଢ଼ କରିବା ପାଇଁ ନୌସେନାର ସାମର୍ଥ୍ୟ ବୃଦ୍ଧି କରିବା ସହିତ ଏହି ବୁଡ଼ାଜାହାଜ ସଙ୍କଟ ସମୟରେ ନିର୍ଣ୍ଣାୟକ ଆକ୍ରମଣ କରିବା ଲାଗି ଇଣ୍ଟେଲିଜେନ୍‌ସ୍‌, ସର୍ଭିଲେନ୍‌ସ୍‌ ଏବଂ ରିକୋନେସାନ୍‌ସ୍‌’ (ଆଇଏସ୍‌ଆର୍‌) ପରିଚାଳନା କରିବ।