Headlines Odisha Tv

An Odia News Portal

ଭାରତରେ ଆଉ ଦୁଇ କୋଭିଡ ଟିକାକୁ ମିଳିଲା ଅନୁମତି

ନୁଆଦିଲ୍ଲୀ, ଡିସେମ୍ବର ୨୮ : ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ମଙ୍ଗଳବାର ଦିନ କୋଭୋଭାକ୍ସ ଏବଂ କର୍ବେଭାକ୍ସ କୋଭିଡ ଟିକା ଏବଂ ଆଣ୍ଟି-ଭାଇରାଲ ଔଷଧ ମଲନପୁପିରୀର ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମସ୍ତ ଅନୁମୋଦନ ମହାମାରୀ ବିରୋଧରେ ବିଶ୍ୱ ସଂଗ୍ରାମକୁ ଆହୁରି ଦୃଢ କରିବ। ସେପଟେ ମଙ୍ଗଳବାର ଦିନ ଭାରତର ଓମିକ୍ରନ୍ ମାମଲା ୬୫୩ କୁ ବୃଦ୍ଧି ପାଇଛି, ଯେଉଁଥିରେ ମହାରାଷ୍ଟ୍ରରୁ ସର୍ବାଧିକ ୧୬୭ ଜଣ, ପରେ ଦିଲ୍ଲୀରେ ୧୬୫ ଟି ମାମଲା, କେରଳ ୫୭, ତେଲେଙ୍ଗାନା ୫୫ ଏବଂ ଗୁଜୁରାଟରେ ୪୯ ଟି ମାମଲା ରହିଛି। ତେବେ ଦେଶରେ ଗତ ୨୪ ଘଣ୍ଟା ୬,୩୫୮ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତରେ ସକ୍ରିୟ ମାମଲା ବର୍ତ୍ତମାନ ୭୫,୪୫୬ ଥିବାବେଳେ ସୁସ୍ଥତା ହାର ୯୮.୯୦ ପ୍ରତିଶତରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ଘୋହଣା ଅନୁଯାୟୀ ଜାନୁଆରୀ ୩ ରୁ ୧୫ ରୁ ୧୮ ବର୍ଷ କିଶୋର ମାନଙ୍କ ପାଇଁ ଟିକା କରଣ ଆରମ୍ଭ ହେବ। ଏଥି ପାଇଂଁ ଜାନୁଆରୀ ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ । ପୂର୍ବରୁ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ଭାରତ ବାୟୋଟେକ୍ କୋଭାକ୍ସିନ୍ ହେଉଛି ଏକମାତ୍ର ଟିକା ଯାହା ୧୫-୧୮ ବର୍ଷ ବୟସରେ ଯୋଗ୍ୟ ଗ୍ରହୀତାଙ୍କୁ ଦିଆଯିବ। ସେହିପରି ମନ୍ତ୍ରଣାଳୟ ସୋମବାର ମଧ୍ୟ ଘୋଷଣା କରିଛି ଯେ ସ୍ୱାସ୍ଥ୍ୟସେବା କର୍ମଚାରୀ, ଆଗଧାଡିର କର୍ମଚାରୀ ଏବଂ ୬୦ ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ତିନୋଟି ପ୍ରାଥମିକ ଗୋଷ୍ଠୀ ଦ୍ୱୀତିୟ ଡୋଜ ଟିକା ନେବାର ୩୯ ସପ୍ତାହ ପରେ ସେମାନଙ୍କର ତୃତୀୟ “ବୁଷ୍ଟର ଡୋଜ” ଗ୍ରହଣ କରିପାରିବେ।