ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା
କୋରାପୁଟ :ବନ୍ଧୁଗାଁ ୧୦/୧୧ (ହେ.ଓ.) ଭତ୍ତାଟଙ୍କା ଆଣିବାକୁ ଯାଇ ଘରକୁ ଫେରିଲେନି ବୃଦ୍ଧା । ଭତ୍ତା ଟଙ୍କା ଉଠେଇବାକୁ ଯାଉଥିବା ବେଳେ ବାଟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧାଙ୍କ ନାମ କନ୍ତା ମେଳେକା (୮୩) ବୋଲି ଜଣା ପଡ଼ିଛି । ଏହିଭଳି ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକରେ । ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଗ୍ରାମର ସୋନାଇ ମେଲେକା ଓ ବଡ଼ ଭଉଣୀ କାନ୍ତା ମେଲେକା ଦୁଇଜଣ ବୃଦ୍ଧା ଗତ ଶୁକ୍ରବାର ଦିନ ସକାଳ ୧୧ ଘଣ୍ଟା ସମୟରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠାଇବା ପାଇଁ ୫ କିଲୋମିଟର ରାସ୍ତା ଚାଲି ଚାଲି ଯାଉଥିଲେ । ଦୁହେଁ ଚାଲି ଚାଲି ଯାଉଥିବା ବେଳେ ବାଟରେ ହଟାତ ଜଣକର ମୃତ୍ୟୁ ହୋଇଥିଲା । କାନ୍ତା ମେଲେକା ଭଲ ଭାବରେ ଦେଖି ପାରନ୍ତି ନାହିଁ, ଅସୁସ୍ଥ ଥିବା ଯୋଗୁଁ ସେ ଚାଲିବା କଷ୍ଟକର ରହିଥିଲା। ଦୁଇ ଭଉଣୀ ଭତ୍ତା ଟଙ୍କା ଉଠାଇବା ପାଇଁ ଅନ୍ଧ ଭଉଣୀକୁ ବାଡି ଧରେଇ କଷ୍ଟରେ ଚାଲି ଚାଲି ଯାଇ କିୟସ୍କୋ ବ୍ୟାଙ୍କକୁ ଯିବା ପାଇଁ ବାହାରି ଥିଲେ। ସେଠାରେ ପ୍ରବଳ ଭିଡ଼ ଥିବାରୁ ଟଙ୍କାନ ଉଠାଇ ଦୁଇ ଭଉଣୀ ପୁନର୍ବାର ଚାଲି ଚାଲି ଫେରି ଆସି ଜୟଗୁଡ଼ା ଗାଁକୁ ଯାଉଥିଲେ। ଅପରାହ୍ନ ୫ ଘଣ୍ଟା ସମୟରେ ବୃଦ୍ଧା ଜଣକ ଗାଁ ଠାକୁରାଣୀ ମନ୍ଦିର ମଣ୍ଡପ ଦେଇ ଯାଉଥିବା ପାଦଚଲା ରାସ୍ତା ନିକଟରେ ବସି ପଡ଼ିଥିଲେ। ପାଖରେ ଭଲିବଲ ଖେଳୁଥିବା ଯୁବକ ମାନେ ଯାଇ ଜୀବିତ ଅବସ୍ଥାରେ ଥିବା ବୃଦ୍ଧାଙ୍କୁ ଖୋଲା ପଡ଼ିଆକୁ ଆଣି ଥିଲେ। ରାତ୍ରରେ ଥଣ୍ଡା କାକରରେ ପୁଣି ଅସୁସ୍ଥତା ପାଇଁ ପଡ଼ି ରହିବାରୁ ବୃଦ୍ଧାଙ୍କ ରାତି ୧୨ ଘଣ୍ଟା ସମୟରେ ମୃତ୍ୟୁ ହୋଇଥିବା ସୋନାଇ ମେଲେକା ଜଣାଇ ଥିଲେ। ସ୍ଥାନୀୟ ୟୁଜି ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ପ୍ରାପ୍ତ ସୁଚନା ଅନୁଯାଇ ବୃଦ୍ଧା ଜଣକ ଚଳିତ ମାସର ଭତ୍ତା ଟଙ୍କା ନିଜ ଜମା ଖାତାକୁ ଆସିଥିଲେ ମଧ୍ୟ ଟଙ୍କା ଉଠାଇ ନଥିବା ଜଣା ପଡ଼ିଛି। ପ୍ରତି ମାସରେ ଦୁଇ ଜଣ ବୃଦ୍ଧା ସ୍ଥାନୀୟ କିୟସ୍କୋ ବ୍ୟାଙ୍କକୁ ଯାଇ ଟଙ୍କା ଉଠାନ୍ତି। ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଅତ୍ୟଧିକ ବୃଦ୍ଧ ବୃଦ୍ଧାଙ୍କୁ ବ୍ୟାଙ୍କରେ ନଦେଇ ହାତରେ ନେଇ ଭତ୍ତା ଟଙ୍କା ଦେବା ପାଇଁ ଜିଲ୍ଲାପାଳ ଓ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣିରେ ଅନୁରୋଧ କରିଥିଲେ । ତେବେ ଏଥିପ୍ରତି କିଏ ମଧ୍ୟ ଗୁରୁତ୍ତ୍ଵ ଦେଇ ନଥିଲେ । ବନ୍ଧୁଗାଁ ବ୍ଲକ ଆନ୍ଧ୍ର ସୀମାନ୍ତ ଅଞ୍ଚଳକୁ ଲାଗି ରହିଥିବା ବଡ଼ ବଡ଼ ଗାଁ ଗୁଡିକ ପାହାଡ ଉପରେ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଭତ୍ତା ଆଣିବା ପାଇଁ ଆସିବା ସହ ଫେରି ଯିବା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଏଥିପ୍ରତି ପଦକ୍ଷେପ ଗ୍ରହଣ କରି ବୟସ୍କ ଭତ୍ତା ହିତାଧିକାରୀଙ୍କୁ ନିଜ ଘରେ ନେଇ ଭତ୍ତା ଟଙ୍କା ଦେବା ପାଇଁ ବ୍ଲକର ଜନସାଧାରଣ ଦାବୀ କରିଛନ୍ତି। ଆମ ଗଣମାଧ୍ୟମ ତରଫରୁ ବିଡ଼ିଓ ଅବିନାଶ ବିଶ୍ୱଜିତ ସେଠୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ଅସହାୟ ବୃଦ୍ଧାଙ୍କ ଶବ ନେବା ପାଇଁ ମେଡିକାଲରୁ ଆମ୍ବୁଲାନ୍ସ ପଠାଇ ଥିଲେ। ବାଉଁଶପୁଟ ଗାଁରୁ ପୂର୍ବତନ ସରପଞ୍ଚ ନାଗା କାଡ୍ରାକା, ନାର୍ଷାଣା ହାରାକା, ମାଲେୟା ୱାଟାକା, ପୋଲେୟା କାଡ୍ରାକା ଓ ୱାର୍ଡ ମେମ୍ବର ଲିମ୍ବେ ମେଲେକା ଓ ସମ୍ପର୍କୀୟ ଉପସ୍ଥିତ ରହି ଶବ ସତ୍କାର କରିଥିଲେ।
More Stories
ବ୍ରହ୍ମପୁର ହାବିଲଦାର ଓ କନେଷ୍ଟବଳ ସଂଘର ଶପଥ ସମାରୋହ**
ବୈପାରିଗୁଡ଼ା ବାଘଝୋଲା ଗ୍ରାମର ରାସ୍ତା ତଦାରଖ କରିବାକୁ ଯାଇ ଫସିଲେ ବିଡ଼ିଓ