ପୁରୀ,୨୪/୧୦: ବଡ଼ଦେଉଳରୁ ପୁଣି ଖସିଛି ପଥର । ଖସିଥିବା ପଥରର ଓଜନ ପ୍ରାୟ ୨୦ କିଲୋଗ୍ରାମ ହେବ । ରବିବାର ଅପରାହ୍ନରେ ଘଟିଛି ଏହି ଅଘଟଣ । ତେବେ ଏଥିରେ କାହାରି କିଛି କ୍ଷତି ହୋଇ ନାହିଁ । ସେବକ ତଥା ଶ୍ରଦ୍ଧାଳୁଙ୍କ ଚଳପ୍ରଚଳ ନଥିବା ସ୍ଥାନରେ ଖସିଥିଲା । ଦେଖଣାହାରୀଙ୍କ କହିବା ଅନୁସାରେ, ପଥରଟି ପ୍ରାୟ ଏକ ଫୁଟରେ ଦେଢ ଫୁଟ ଭଳି । ତେବେ ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି ।ରବିବାର ଅପରାହ୍ନରେ ମାଜଣା ମଣ୍ଡପ ନିକଟ ତଥା ମୁକ୍ତି ମଣ୍ଡପ ସମ୍ମୁଖ ବେହେରଣ ଦ୍ୱାର ବାହାର ପାଶ୍ୱର୍ରୁ ପଥରଟି ଖସିଥିଲା । ପ୍ରାୟ ୪୦ ଫୁଟ ଉଚ୍ଚତାରୁ ବଡ଼ଦେଉଳ ଉପରୁ ପଥରଟି ଖସିଥିଲା । ଭିତର ବେଢ଼ା କନ୍ଦିରେ ପଥର ଖସିବାରୁ କାହାରି କିଛି କ୍ଷତି ହୋଇ ନାହିଁ । ଚର୍ଚ୍ଚାଘର ବାହାର ପଟେ ଏହି ଅଘଟଣ ଘଟିଛି । ଏଏସ୍ଆଇ ଭୁଞ୍ଜାଇଥିବା ପଥର ଖସିପଡ଼ିଥିବା ଅନୁମାନ କରାଯାଉଛି ।
ବଡ଼ଦେଉଳରେ ଅଘଟଣ, ବେହେରଣ ଦ୍ୱାର ପାର୍ଶ୍ୱରେ ଖସିଲା ପଥର

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ