କାମାକ୍ଷାନଗର : ବ୍ୟାଙ୍କ ସମ୍ମୁଖରୁ ଲୁଟ୍। ଭୁଜାଲିରେ ହାଣି ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ଲକ୍ଷ ଟଙ୍କା ନେଇଗଲେ ଲୁଟେରା। ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ଗାଁରେ। ଲୁଟ୍ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁନ୍ଦନଦେଇପୁର ଗାଁର ଜୟନ୍ତ କୁମାର ଆଚାର୍ଯ୍ୟ। ସେ ଏକ ଡିଷ୍ଟ୍ରିବ୍ୟୁଟର କମ୍ପାନୀରେ ମ୍ୟାନେଜର ଭାବେ କାମ କରନ୍ତି। ଆଜି ଦିନ ପ୍ରାୟ ୧୨ଟା ବେଳେ ସେ ୧୫ ଲକ୍ଷ ଟଙ୍କା ଧରି ଲୋଧଣୀ ଗାଁ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପହଞ୍ଚିଥିଲେ। ସେ ଏହି ଟଙ୍କା ଜମା କରିବାକୁ ଆସିଥିବା ବେଳେ ବ୍ୟାଙ୍କ ସାମ୍ନାରେ ତାଙ୍କ ବାଟ ଓଗାଳିଥିଲେ ୩ ଜଣ ଦୁର୍ବୃତ୍ତ। ବାଇକ୍ରେ ଆସିଥିବା ଏହି ଦୁର୍ବୃତ୍ତମାନେ ହଠାତ୍ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଫେରାର ହୋଇଯାଇଥିଲେ। ଜୟନ୍ତଙ୍କ ହାତରେ ଭୁଜାଲି ଚୋଟ ବାଜିଥିବା ବେଳେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତନାଘନା କରୁଛି।
ବ୍ୟାଙ୍କ ସମ୍ମୁଖରେ ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ