Headlines Odisha Tv

An Odia News Portal

ବ୍ରହ୍ମପୁର ଓ ନବରଙ୍ଗପୁରରେ ମୋଦିଙ୍କ ବିଜୟ ସଂକଳ୍ପ ସମାବେଶ ***ଜନ ସମୁନ୍ଦ୍ର ପାଲଟିଲା କନିଷି

**ବ୍ରହ୍ମପୁର ଓ ନବରଙ୍ଗପୁରରେ ମୋଦିଙ୍କ ବିଜୟ ସଂକଳ୍ପ ସମାବେଶ **
ଜନ ସମୁନ୍ଦ୍ର ପାଲଟିଲା କନିଷି*

**ଆଶାର ନୂଆ ସୂର୍ଯ୍ୟ ଆଣିବ ବିଜେପି **
**ଜୁନ ୬ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ **
**୧0 ରେ ହେବ ଶପଥ ଗ୍ରହଣ ଉତ୍ସବ **

ବ୍ରହ୍ମପୁର:-(ହେଡଲାଇନ ଓଡିଶା ):-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ଗଞ୍ଜାମ ଗ୍ରସ୍ତକରି ବ୍ରହ୍ମପୁର ଉପକଣ୍ଠ କନିଷି ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ବ୍ରହ୍ମପୁର ଖାଦ୍ୟ, ସଂସ୍କୃତି ଓ ଲୋକ କଳାକୁ ପ୍ରଶଂସା କରିଥିଲେ l
ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶାର ବିଜେଡି ସରକାରର ଦୁର୍ନୀତି ଉପରେ କଠୋର ପ୍ରହାର କରିବା ସହ ଓଡିଶାରେ ବିଜେଡି ଅସ୍ତ, କଂଗ୍ରେସ ପରାଜିତ, ବିଜେପି ଆଶ୍ୱସ୍ତ ଜୁନ୍ ୬ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ୧୦ରେ ହେବ ଶପଥ ଗ୍ରହଣ ଉତ୍ସବ ଜଣେ ଓଡ଼ିଆ ହେବେ ମୁଖ୍ୟମନ୍ତ୍ରୀ ରାଜ୍ୟର ଜନସାଧାରଣଙ୍କ ଠାରୁ ରାଜ୍ୟରେ ପୂର୍ଣ ସଂଖ୍ୟା ଗରିଷ୍ଠତା ସହ ପଦ୍ମ ଫୁଲ ଫୁଟାଇବାକୁ ଆହ୍ବାନ କରିବା ସହ ରାଜ୍ୟର ପ୍ରତ୍ୟେକ ଲୋକସଭା ଆସନରେ ବିଜେପିକୁ ବିଜୟୀ କରାଇବାକୁ ଅପିଲ କରିଛନ୍ତି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ଆମର ରାମଲଲା ଭବ୍ୟ ରାମ ମନ୍ଦିରରେ ବିରାଜମାନ ଅଛନ୍ତି l ପ୍ରଭୁ ରାମଲଲାଙ୍କ ଭବ୍ୟ ମନ୍ଦିର ଦୀର୍ଘ ୫ ଶହ ବର୍ଷର ପ୍ରତୀକ୍ଷା ପରେ ଜନ ସାଧାରଣଙ୍କ ଦ୍ବାରା ବିଜେପିକୁ ଗୋଟିଏ ଭୋଟ କାରଣରୁ ସମ୍ଭବ ହୋଇ ପାରିଛି l ଓଡିଶାରେ ଚଳିତ ଥର ଦୁଇଟି ଯଜ୍ଞ ଏକା ସାଥ୍‌ରେ ହେଉଛି l ଗୋଟିଏ ଯଜ୍ଞ ଭାରତରେ ଏକ ଶକ୍ତିଶାଳୀ ସରକାର ଗଠନ କରିବା ପାଇଁ ହେଉଥିବା ବେଳେ ଅନ୍ୟ ଗୋଟିଏ ଯଜ୍ଞ ଓଡିଶାରେ ବିଜେପି ନେତୃତ୍ୱରେ ଶକ୍ତିଶାଳୀ ରାଜ୍ୟ ସରକାର ଗଠନ ପାଇଁ ରହିଛି l ଜନସାଧାରଣଙ୍କ ଉତ୍ସାହରେ ଗୋଟିଏ ଭାବନା ହିଁ ଦେଖା ଦେଉଛି ଓ ତାହା ହେଉଛି ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ ସରକାର ରାମଲଲା ଭବ୍ୟ ରାମ ମନ୍ଦିରରେ ବିରାଜମାନ ଅଛନ୍ତି । ପ୍ରଭୁ ରାମଲଲାଙ୍କ ଭବ୍ୟ ମନ୍ଦିର ଦୀର୍ଘ ୫ ଶହ ବର୍ଷର ପ୍ରତୀକ୍ଷା ପରେ ଜନ ସାଧାରଣଙ୍କ ଦ୍ବାରା ବିଜେପିକୁ ଗୋଟିଏ ଭୋଟ କାରଣରୁ ସମ୍ଭବ ହୋଇ ପାରିଛି। ଓଡିଶାରେ ଚଳିତ ଥର ଦୁଇଟି ଯଜ୍ଞ ଏକା ସାଥ୍‌ରେ ହେଉଛି। ଗୋଟିଏ ଯଜ୍ଞ ଭାରତରେ ଏକ ଶକ୍ତିଶାଳୀ ସରକାର ଗଠନ କରିବା ପାଇଁ ହେଉଥିବା ବେଳେ ଅନ୍ୟ ଗୋଟିଏ ଯଜ୍ଞ ଓଡିଶାରେ ବିଜେପି ନେତୃତ୍ୱରେ ଶକ୍ତିଶାଳୀ ରାଜ୍ୟ ସରକାର ଗଠନ ପାଇଁ ରହିଛି । ଜନସାଧାରଣଙ୍କ ଉତ୍ସାହରେ ଗୋଟିଏ ଭାବନା ହିଁ ଦେଖା ଦେଉଛି ଓ ତାହା ହେଉଛି ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ ସରକାର ହେବ ବିଜେପି ଯାହା କହେ ତାହା କରିକି ଦେଖାଏ l ଓଡିଶା ବିଜେପି ଏଠାକାର ଆକାଂକ୍ଷା, ଯୁବକ ମାନଙ୍କର ସ୍ଵପ୍ନ ଓ ଭଉଣୀ ଓ ଝିଅ ମାନଙ୍କର ସାମର୍ଥ୍ୟକୁ ଆଖୁ ଆଗରେ ରଖ୍ ଖୁବ ଭିଜନାରୀ ସଂକଳ୍ପ ପତ୍ର ଜାରୀଓଡିଶା ବିଜେପି ଏଠାକାର ଆକାଂକ୍ଷା, ଯୁବକ ମାନଙ୍କର ସ୍ଵପ୍ନ ଓ ଭଉଣୀ ଓ ଝିଅ ମାନଙ୍କର ସାମର୍ଥ୍ୟକୁ ଆଖୁ ଆଗରେ ରଖ୍ ଖୁବ ଭିଜନାରୀ ସଂକଳ୍ପ ପତ୍ର ଜାରୀ କରିଛି l ଏହି ସଂକଳ୍ପ ପତ୍ରରେ ଯୁବକ, ମହିଳା ମାନଙ୍କ ପାଇଁ ରୋଜଗାର ମଧ୍ଯ ରହିଛି, ବୟସ୍କ ମାନଙ୍କ ପାଇଁ ସ୍ଵାସ୍ଥ୍ୟ, ମହାନ ସଂସ୍କୃତି ପାଇଁ ପର୍ଯ୍ୟଟନ ବିକାଶ ତଥା ଧାନ ଓ କେନ୍ଦୁ ପତ୍ର ପାଇଁ ଖୁବ ବଡ ବଡ ଘୋଷଣା ମାନ କରାଯାଉଛି l ଜନସାଧାରଣ ଭଲ ଭାବେ ଜାଣନ୍ତି ଯେ ବିଜେପି ଯାହା କୁହେ ତାହା କରିକି ଦେଖାଏ। ଏଠାରେ ସରକାର ଗଠନ ହେବା ପରେ ବିଜେପି ସମ୍ପୂର୍ଣ ଶକ୍ତି ସହ ଏହି ଘୋଷଣା ଗୁଡିକୁ ପୂରା କରିବ ଏହା ମୋଦୀର ଗାରେଣ୍ଟି ଅଟେ l ଆଜି ହେଉଛି ମଇ ୬, ଜୁନ ତାରିଖ ଦିନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛା ଯିବେ l ଜୁନ ୧୦ ତାରିଖ ଦିନ ଭୁବନେଶ୍ଵରରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ହେବ l ମୁଁ ଆଜି ଆପଣଙ୍କୁ ବିଜେପି ସରକାରର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ବିଜେଡି ଅସ୍ତ ହୋଇ ସାରିଛି, କଂଗ୍ରେସ ପରାଜିତ ହୋଇ ସାରିଛି ଓ ଲୋକ ମାନେ ବିଜେପି ଉପରେ ଆଶ୍ଵସ୍ତ ଅଛନ୍ତି କାରଣ ବିଜେପି ଆଶାର ନୂଆ ସୂର୍ଯ୍ୟ ନେଇ ଆସିଛି l ଓଡିଶାରେ ପାଖା ପାଖୂ ୫୦ ବର୍ଷ କଂଗ୍ରେସ ଓ ପାଖାପାଖୂ ୨୫ ବର୍ଷ ବିଜେଡିର ସରକାର ରହିଛି l ହେଲେ ଓଡ଼ିଶାର କିଛିବି ବିକାଶ ହୋଇନାହିଁ l