ନୂଆଦିଲ୍ଲୀ ୦୮।୦୪ : କଥାରେ ଅଛି ଉପରବାଲା ସବୁକିଛି ଦେଖେ। ଯିଏ ଯେମିତି କରେ ସେମିତି ଫଳ ପାଏ। ମନ୍ଦିରରୁ ଚୋରି କରିବାକୁ ଚୋର ଖୋଳିଲା ସୁଡଙ୍ଗ। ହେଲେ ଏହା ମଧ୍ୟରୁ ବାହାରି ପାରିନଥିଲା । ସୁଡଙ୍ଗର ଦୈର୍ଘ୍ୟ ସାମାନ୍ୟ ଛୋଟ ହୋଇ ଯାଇଥିବା କାରଣରୁ ଏହା ଭିତରୁ ବାହାରି ପାରିନଥିଲା ଚୋର। ସାହାଯ୍ୟ ପାଇଁ ଲୋକଙ୍କୁ ଡାକିବା ପରେ ଧରା ପଡି ଶେଷ ପୋଲିସ ଦ୍ୱାରା ଗିରଫ ହୋଇଥିଲା।ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ ଜିଲ୍ଳାରେ ରହିଥିବା ଜାମି ୟେଲେମ୍ମା ମନ୍ଦିରରେ ଏହି ଘଟଣା ଘଟିଥିଲା। ଜଣେ ବ୍ୟକ୍ତି ଦେବୀଙ୍କ ସୁନା ଗହଣା ଚୋରି କରିବା ପାଇଁ ନିଜେ ଖୋଳିଥିବା ସୁଡଙ୍ଗରେ ଫସି ଯାଇଛି। ୩୦ ବର୍ଷୀୟ ପାପା ରାଓ ମନ୍ଦିରରୁ ଚୋରି କରିବା ପାଇଁ ମନ୍ଦିରର ଝରକାରେ ଏକ କଣା କରି ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲା। ସେ କେବଳ ଗୋଟିଏ ମଦ ବୋତଲ ପାଇଁ ଚୋରି ପାଇଁ ଏହି ପଦକ୍ଷେପ ନେଇଛନ୍ତି।
ବୋତଲେ ମଦ ପାଇଁ ମନ୍ଦିରରୁ ଚୋର କରୁଥିଲା ଚୋରି: ଫସିଗଲା ସୁଡଙ୍ଗରେ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ