ନୂଆଦିଲ୍ଲୀ, ଅକ୍ଟୋବର ୧୬ : ଦକ୍ଷିଣ ସ୍ପେନର କାଡିଜ୍ ଅଞ୍ଚଳରେ ଏକ ଡଙ୍ଗା ବୁଡିଯାଇଛି । ଫଳରେ ୪ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ନିଖୋଜ ଅଛନ୍ତି । ସ୍ପେନର ଉଦ୍ଧାର ସେବା ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି । ତେବେ ବିଭାଗର ମୁଖପାତ୍ର କହିଛନ୍ତି ଯେ, ନିଖୋଜ ପ୍ରବାସୀମାନଙ୍କୁ ଖୋଜା ଚାଲିଛି । ଡଙ୍ଗାରେ ସମୁଦାୟ ୨୮ ପ୍ରବାସୀ ଥିଲେ । ସେଥିମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ୨୧ ଜଣ ନିଖୋଜ ଅଛନ୍ତି । ୨୧ ଜଣ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି ।
ସେହିପରି ଜାତିସଂଘର ଶରଣାର୍ଥୀ ଏଜେନ୍ସି ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ୨୮,୯୮୨ରୁ ଅଧିକ ପ୍ରବାସୀ ସମୁଦ୍ର ଦେଇ ସ୍ପେନରେ ପହଞ୍ଚିଛନ୍ତି । ପୂର୍ବ ବର୍ଷ ତୁଳନାରେ ଏହି ସଂଖ୍ୟାରେ ପ୍ରବାସୀ ସଂଖ୍ୟା ୪୧ ପ୍ରତିଶତରୁ ଅଧିକ ଥିବା ଜଣାପଡିଛି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା